Sat. Dec 28th, 2024

ରାମଲୀଳା ପଡ଼ିଆ ପ୍ରସ୍ତୁତ, ରାମ ମନ୍ଦିର ପାଇଁ ଦିଲ୍ଲୀରେ ବିଶାଳ ଧର୍ମସଭା ଆଜି

By amfnews Dec 9, 2018 #Featured
144 Views

ନୂଆଦିଲ୍ଲୀ, ଡିସେମ୍ବର ୦୯: ଅଯୋଧ୍ୟାରେ ରାମ ମନ୍ଦିର ନିମାଣ ଲାଗି ବିଧେୟକ ଉପସ୍ଥାପନ କରିବା ଦାବି ନେଇ ବିଶ୍ୱହିନ୍ଦୁ ପରିଷଦ ଦ୍ୱାରା ରବିବାର ବିଶାଳ ଧର୍ମସଭା ଆୟୋଜନ ହେଉଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀର ରାମଲୀଳା ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଖାପାଖି ୫ ଲକ୍ଷ ଲୋକଙ୍କ ସମାଗମ ହେଉଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଦିଲ୍ଲୀ-ଏନସିଆର ଅଂଚଳରୁ ୧୦,୦୦୦ ବସ ରାଜଘାଟ, ଝଣ୍ଡେବାଲାନ, ଲାଲକିଲା, ଜବାହରଲାଲ ନେହରୁ ଷ୍ଟାଡିୟମ, ଇଣ୍ଡିଆ ଗେଟରେ ଛିଡ଼ା ହେବ । ଏହି ସ୍ଥାନମାନଙ୍କରୁ ଲୋକ ପଦଯାତ୍ରା କରି ରାମଲୀଳା ପଡ଼ିଆକୁ ଯିବେ । ଧର୍ମସଭା ସକାଳ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ।

ରିପୋର୍ଟ ଅନୁସାରେ ରାମଲିଳା ପଡ଼ିଆରେ ଅତିଥିମାନଙ୍କ ପାଇଁ ୫୦ ହଜାର ଚୌକିର ବ୍ୟବସ୍ଥା କରାଯାଇଛି । ସକାଳ ୯ଟା ପର୍ଯ୍ୟନ୍ତ ପହଞ୍ଚିଥିବା ଲୋକଙ୍କୁ ଏହି ଆସନରେ ବସିବାକୁ ସୁଯୋଗ ମିଳିବ । ପଡ଼ିଆରେ ୧୦ଟି ବଡ଼ ବଡ଼ ସ୍କ୍ରିନ ଏବଂ ବାହାରେ ୧୭ ସ୍କ୍ରିନ ଲଗାଯାଇଛି । ବାହାର ପଟରୁ ଲୋକେ କାର୍ଯ୍ୟକ୍ରମ ଦେଖନ୍ତୁ ଭାବି ଏହି ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ରାଜଘାଟ ଛକ, ଆଇଟିଓ ଏବଂ ରଂଜିତ ସିଂହ ଫ୍ଲାଇଓଭର ପର୍ଯ୍ୟନ୍ତ ସ୍କ୍ରିନ ଆଣ୍ଡ ସାଉଣ୍ଡ ସିଷ୍ଟମର ବ୍ୟବସ୍ଥା କରାଯାଇଛି ।

ମେରଠ ଅଂଚଳରୁ ପ୍ରାୟ ଅଢ଼େଇ ଲକ୍ଷ, ହରିୟାଣାର ୫ଟି ଜିଲ୍ଲାରୁ ୯୦ ହଜାର, ମଥୁରାରୁ ଓ ଦିଲ୍ଲୀରୁ ୨-୨ ଲକ୍ଷ ଲୋକ ରାମଲୀଳା ପଡ଼ିଆକୁ ପହଂଚିବାର ଆଶା କରାଯାଉଛି । ମଂଚ ଉପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସର କାର୍ଯ୍ୟବାହକ ଭୈୟା ଜୀ ଯୋଶୀ, ସାଧବୀ ଶ୍ରୁନ୍ତଭରା ଏବଂ ଭିଏଚପିର ଅନ୍ତର୍ଜାତୀୟ ଅଧ୍ୟକ୍ଷ ଅବସରପ୍ରାପ୍ତ ଜଷ୍ଟିସ ବିଷ୍ଣୁ ସଦାଶିବ କୋକଜେ ସମେତ ୩୧ ଜଣ ସାଧୁ ରହିବେ ।

By amfnews

Related Post