Fri. Nov 22nd, 2024

ରାମମନ୍ଦିର ନିର୍ମାଣ ଲାଗି ୧ ମାସରୁ କମ ସମୟ ମଧ୍ୟରେ ଜମା ହେଲା ୧୫୧୧ କୋଟି ଟଙ୍କା

By amfnews Feb 13, 2021 #Featured
251 Views

ଅଯୋଧ୍ୟା, ଫେବୃଆରୀ ୧୩ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ଲାଗି ଚାନ୍ଦା ସଂଗ୍ରହ ପାଇଁ ଗତମାସ ଆରମ୍ଭ ହୋଇଥିବା ଅଭିଯାନ ଏବେବି ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ୧୫୦୦ କୋଟି ଟଙ୍କାରୁ ଅଧିକ ରାଶି ଏକାଠି ହୋଇସାରିଛି । ଗତମାସ ମକର ସଂକ୍ରାନ୍ତି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଦ୍ୱାରା ୩୦ ଦିନରୁ କମ ସମୟ ମଧ୍ୟରେ ଏତେ ପରିମାଣରେ ରାଶି ଏକାଠି ହୋଇଛି । 

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି କହିଛନ୍ତି ଯେ, ଗୁରୁବାର (ଫେବ୍ରୁଆରୀ ୧୧) ସନ୍ଧ୍ୟାରେ ଉପଲବ୍ଧ ହୋଇଥିବା ତଥ୍ୟ ଅନୁସାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ୧୫୧୧ କୋଟି ଟଙ୍କା ଏକାଠି ହୋଇଛି । ଅର୍ଥାତ ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରଦ୍ଧାଳୁମାନେ ଦିନକୁ ହାରାହାରି ୫୬ କୋଟି ଟଙ୍କା ଦାନ କରିଛନ୍ତି । ଏହି ହିସାବରେ ରାମ ମନ୍ଦିରକୁ ଦାନ ଆସିଲେ ଆହୁରି ପ୍ରାୟ ୧୦୦୦ କୋଟି ଟଙ୍କା ମିଳିପାରିବ ବୋଲି ପୂର୍ବାନୁମାନ କରାଯାଉଛି । 

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସର ସଚିବ ଚମ୍ପତ ରାୟ କହିଛନ୍ତି ଯେ, ମନ୍ଦିର ନିର୍ମାଣ ଲାଗି ସମାଜର ବିଭିନ୍ନ ବର୍ଗର ଲୋକେ ଚାନ୍ଦା ଦେଉଛନ୍ତି । ବିଶ୍ୱ ହିନ୍ଦୁ ପରିଷଦର ପାଖାପାଖି ଦେଢ଼ ଲକ୍ଷ କର୍ମକର୍ତ୍ତା ରାମ ମନ୍ଦିର ଲାଗି ଘରକୁ ଘର ଯାଇ ଚାନ୍ଦା ଅସୁଲି କରୁଛନ୍ତି । ରାମ ମନ୍ଦିର ନ୍ୟାସ ଏହି କାମ ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଂଜାବ ନ୍ୟାସନାଲ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦାରେ ଶାଖା ଖୋଲିଛି । 

By amfnews

Related Post