Fri. Jan 24th, 2025

ରାମମନ୍ଦିର ନିର୍ମାଣ ପାଇଁ ଆଇନ ପ୍ରଣୟନ ହେଉ : ମୋହନ ଭାଗବତ

By amfnews Nov 25, 2018 #Featured
267 Views

ନାଗପୁର : ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଆଜି ବିଶ୍ୱ ହିନ୍ଦୁ ପରିଷଦ ଓ ଶିବ ସେନା ପକ୍ଷରୁ ଦାବି କରାଯାଇଛି । ଏମାନଙ୍କ ସହ ସ୍ୱର ମିଳାଇଛି ରାଷ୍ଟ୍ରୀୟ ସ୍ୱସଂ ସେବକ ସଂଘ (ଆରଏସଏସ) । ଆରଏସଏସର ସର ସଂଘଚାଳକ ମୋହନ ଭାଗବତ କହିଛନ୍ତି ଯେ ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ଏହାର ଯଥାଶୀଘ୍ର ରାୟ ଆସିବା ଉଚିତ, କିନ୍ତୁ ସୁପ୍ରିମକୋର୍ଟ ଏହି ମାମଲାକୁ ଅଗ୍ରାଧିକାର ଦେଉନାହାନ୍ତି । ବିଳମ୍ବିତ ନ୍ୟାୟ ନ୍ୟା ନୁହେଁ । ସେ ମଧ୍ୟ ମୋଦି ସରକାରଙ୍କୁ ଆଇନ ପ୍ରଣୟନ କରି ମନ୍ଦିର ନିର୍ମାଣ ଆରମ୍ଭ କରିଦେବା ଉଚିତ । ସାଧାରଣ ଲୋକ ମଧ୍ୟ ଏଥିପାଇଁ ଆଗେଇ ଆସିବା ଉଚିତ ।

ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଧର୍ମ ସଭା ଶେଷ ହୋଇଛି । ଏଥିରେ ଅଯୋଧ୍ୟାର ବିବାଦୀୟ ରାମଜନ୍ମଭୂମି ନିକଟରେ ଯଥାଶୀଘ୍ର ମନ୍ଦିର ନିର୍ମାଣ ପାଇଁ ପରିଷଦ ଓ ସାଧୁସନ୍ୟାସୀମାନେ ଚେତାବନୀ ଶୁଣାଇଛନ୍ତି । ଏହି ସଭାରେ ଏକ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଯୋଜନା ଓ ରଣକୌଶଳ ସଂପର୍କରେ ଆଲୋଚନା ହୋଇଛି । ସଂପୂର୍ଣ୍ଣ ବିବାଦୀୟ ଜମିକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର ପାଇଁ ସେମାନେ ଦାବି କରିଛନ୍ତି ।

By amfnews

Related Post