Sat. Mar 7th, 2026

ରାଫେଲ ପ୍ରସଙ୍ଗରେ ଆସନ୍ତାକାଲି ଦେଶର ୭୦ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରିବ ବିଜେପି

337 Views

ନୂଆଦିଲ୍ଲୀ, ଡିସେମ୍ବର ୧୬ : ରାଫେଲ କିଣା ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ଠାରୁ ଆଶ୍ୱସ୍ତି ମିଳିବା ପରେ ଭାରତୀୟ ଜନତା ପାର୍ଟି ଆହୁରି ଆକମଣାତ୍ମକ ହୋଇ ଯାଇଛି । ପାର୍ଟି ଏହି ପ୍ରସଙ୍ଗରେ ଦେଶବ୍ୟାପୀ ନିଜର ମନ କଥା ପହଂଚାଇବାକୁ ନିଷ୍ପତ୍ତି ନେଇଛି । ଏଥି ପାଇଁ ବିଜେପି ସୋମବାର ଦେଶର ୭୦ ଭିନ୍ନ ଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଡାକିଛି । ବିଜେପି ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବା ଏବଂ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଉପରେ ଆକ୍ରମଣ କରିବା ନେଇ କଂଗ୍ରେସ ବିରୋଧରେ ସ୍ୱର ଉତ୍ତୋଳନ କରିଛି ।

ପାର୍ଟିର ମିଡିଆ ପ୍ରମୁଖ ଏବଂ ରାଜ୍ୟସଭା ସଦସ୍ୟ ଅନିଲ ବୁଲୁନୀ କହିଛନ୍ତି, ରାଫେଲ କିଣା ଉପରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ ସତ୍ୟତା ଉପସ୍ଥାପନ କରିବା ପରେ ବିଜେପି କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଷଡ଼ଯନ୍ତ୍ର ଏବଂ ରାଷ୍ଟ୍ରୀୟ ସୁରକ୍ଷା ସହିତ ଆକ୍ରମଣ ପାଇଁ ଉଦ୍ୟମ ବିରୋଧରେ ପର୍ଦ୍ଦାଫାଶ କରିବ । ସେ କହିଛନ୍ତି, କଂଗ୍ରେସ ଯୁଦ୍ଧ ବିମାନକୁ ନେଇ ସରକାର ବିରୋଧରେ ଷଡ଼ଯନ୍ତ୍ର କରୁଛି ।

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦେବେନ୍ଦ୍ର ଫଡନବୀଶ, ବିଜୟ ରୂପାନୀ, ସର୍ବାନନ୍ଦ ସୋନେୱାଲ ଗଣମାଧ୍ୟମର ପ୍ରତିନିଧିଙ୍କୁ ସମ୍ବୋଧିତ କରିବେ । କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ରବିଶଙ୍କର ପ୍ରସାଦ, ପ୍ରକାଶ ଜାଭେଡକର, ଜେପି ନଡ୍ଡା, ସ୍ମୁତି ଈରାନୀ, ସୁରେଶ ପ୍ରଭୁ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ପାର୍ଟି ସଂଗଠନର ବରିଷ୍ଠ ନେତାମାନେ ଦେଶର ବିଭିନ୍ନ ସ୍ଥାନରେ ଗଣମାଧ୍ୟମ ସହିତ ଆଲୋଚନା କରିବେ ।

By amfnews

Related Post