Sun. Mar 8th, 2026

ରାତିରେ ଫସଲ ଜଗିଥିବା ବେଳେ ଚାଷୀଙ୍କୁ ଦଳିଦେଲା ହାତୀ

177 Views

ବଲାଙ୍ଗୀର : ରାତିରେ କାଳେ ହାତୀ ନିଜର ଫସଲ ନଷ୍ଟ କରିଦେବ ଏଭଳି ଚିନ୍ତାରେ ଅଛନ୍ତି ଚାଷୀ। ଗତକାଲି ରାତିରେ ଜମିରେ ଫସଲ ଜଗିଥିବା ବେଳେ ଜଣେ ଚାଷୀଙ୍କୁ ଦଳିଦେଲା ହାତୀ। ଏଭଳି ଦୁଃଖଦ ଖବର ଆସିଛି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ଧଉଁରାଦାଦର ଗାଁରୁ।

ମିଳିଥିବା ସୂଚନା ଅନୁଯାୟୀ, ଆଗଲପୁର ବ୍ଲକ ଧଉଁରାଦାଦର ଗାଁର ଶ୍ରୀରାମ ବିଶ୍ଵାଳ ନାମକ ଜଣେ ଚାଷୀ ଗତକାଲି ରାତିରେ ନିଜର ଚାଷ ଜମି ଜଗିବାକୁ ଯାଇଥିଲେ। ହଠାତ୍ ରାତି ଅଧରେ ଏକ ଦନ୍ତା ତାଙ୍କ ଉପରକୁ ଆକ୍ରମଣ କରିଥିଲା ହାତୀ ତାଙ୍କୁ ଦଳି ଦେଇଥିବା ଜଣାଯାଇଛି।

ଏହାଫଳରେ ଘଟଣାସ୍ଥଳରେ ହିଁ ଶ୍ରୀରାମ ବିଶ୍ଵାଳଙ୍କର ମୃତ୍ୟୁ ଘଟିଥିଲା। ଶ୍ରୀରାମ ବିଶ୍ଵାଳଙ୍କ ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଥିବାର ଅଭିଯୋଗ ହୋଇ ଆସୁଛି। କିନ୍ତୁ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା କୁହାଯାଉଛି।

By amfnews

Related Post