281 Views
ପୁରୀ, ନଭେମ୍ବର ୨୨ : ମହାମାରୀ କରୋନା କାଳରେ ଆସନ୍ତାକାଲି ଅଁଳା ନବମୀ ପଡୁଥିବାରୁ । ଆଜି ମଧ୍ୟରାତ୍ରରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ୧୪୪ ଧାରା ଲାଗୁ କରିବ ପ୍ରଶାସନ । ଚନ୍ଦନପୋଖରୀ ଠାରୁ ସିଦ୍ଧବକଳ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ମନ୍ଦିର ଚାରିପାଖ ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ । ଏହି କଟକଣା ଆସନ୍ତା ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ସହ ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମନା ହୋଇଛି । କେବଳ ମନ୍ଦିରରେ ସେବାୟତ ମାନେ ନିତିକାନ୍ତି କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।