Sun. Jun 8th, 2025

ରାଜ ଠାକରେଙ୍କ ପୁଅର ବାହାଘର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁୁ ନିମନ୍ତ୍ରଣ ନାହିଁ

By amfnews Jan 14, 2019 #Featured
250 Views

ମୁମ୍ବାଇ,14 Jan. 2019: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ୍‌ ଠାକ୍‌ରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ନିଜ ପୁଅର ବାହାଘର ପାଇଁ ନିମନ୍ତ୍ରଣ ଦେଇଛନ୍ତି , ହେଲେ ଏ ଯାଏଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରି ନଥିବା ଚର୍ଚ୍ଚାର ବିଷୟ ହୋଇଛି। କୌତୁହଳର ବିଷୟ ହେଲା ଯେ ରାଜ୍‌ ଠାକରେଏହି ବ୍ୟକ୍ତିଗତ ଉତ୍ସବକୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି,ଧର୍ମେନ୍ଦ୍ର ପ୍ରଧାନ,ରାଜନାଥ ସିଂହ,ସୁଷମା ସ୍ୱରାଜ,ପ୍ରକାଶ ଜାଭଡେକର୍‌ ଏବଂ ମାନେକା ଗାନ୍ଧୀ ପ୍ରମୁଖଙ୍କ ମଧ୍ୟ ନିମନ୍ତ୍ରଣ କରିଛନ୍ତି।

 

ଏମ୍‌.ଏମ୍‌.ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେଙ୍କୁ ଯେତେବେଳେ ସାମ୍ବାଦିକମାନେ ମୋଦିଙ୍କୁ ନିମନ୍ତ୍ରଣ ଦେବା ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ,ସେତେବେଳେ ତାଙ୍କର ଉତ୍ତର ଥିଲା ‘ମୋଦି କ’ଣ ବିବାହ ଭଳି ଅନୁଷ୍ଠାନରେ ବିଶ୍ୱାସ କରନ୍ତି?’ କିଛି ବର୍ଷ ତଳେ ରାଜ୍‌ ଠାକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୃଢ ସମର୍ଥକ ଥିଲେ,ହେଲେ ଏବେ ତାଙ୍କର ସମାଲୋଚକ ହୋଇଯାଇଛନ୍ତି। ରାଜ୍‌ ଠାକ୍‌ରେଙ୍କ ପୁଅ ଅମିତ୍‌ ଜଣାଶୁଣା ଚିକିତ୍ସକ ଡାକ୍ତର ସଂଜୟ ବୋରୁଡେଙ୍କ ଝିଅ ମିତାଲି ବୋରୁଡେଙ୍କୁ ଆଗାମୀ ଜାନୁଆରି ୨୭ ତାରିଖ ବିବାହ କରୁଛନ୍ତି।

By amfnews

Related Post