Wed. Jan 8th, 2025

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୧୭ରୁ

By amfnews Nov 15, 2018 #Featured
144 Views

ରାଉରକେଲା, ୧୫ା୧୧  : ସାମାଜିକ ଅନୁଷ୍ଠାନ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଚଳିତ ମାସ ୧୭ ତାରିଖରୁ ସେକ୍ଟର-୬ ଇସ୍ପାତ ଷ୍ଟାଡିୟମରେ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ଏ ନେଇ ବୁଧବାର ସେକ୍ଟର-୪ ବିଏମିଏସ୍ ବିଶ୍ୱକର୍ମା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବନବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ମାନସିକ ବୌଦ୍ଧିକ ଓ ଶରୀରିକ ବିକାଶ ପାଇଁ ପ୍ରତିଷ୍ଠା ହୋଇଥିବା ଉକ୍ତ ଅନୁଷ୍ଠାନର ସାରା ଭାରତରେ ୨୦ ହଜାର ପ୍ରକଳ୍ପ ପରିଚାଳିତ ହୋଇଛି ।

ଏହି ଅନୁଷ୍ଠାନ ଦ୍ୱାରା କ୍ରୀଡ଼ା ଛାତ୍ରାବାସରୁ ସ୍ପୋର୍ଟସ ଅଥୋରିଟି ଅଫ ଇଣ୍ଡିଆ ଯୋଗ୍ୟତା ଭିତ୍ତିକ ସ୍ତରରେ କୁଶଳୀ ଖେଳାଳୀମାନଙ୍କୁୂ ସୁଯୋଗ ଦିଆଯାଇଥାଏ । ଅଲମ୍ପିଆନ ତୀରନ୍ଦାଜ ଲିମ୍ବାରାମ ଏହି ଅନୁଷ୍ଠାନର ପୂର୍ବତନ ଛାତ୍ର ଅଟନ୍ତି । ତେଣୁ ଏ ନେଇ ଚଳିତ ମାସ ୧୭ ଓ ୧୮ ତାରିଖ ଦିନ ତୀରନ୍ଦାଜ, ଲମ୍ବଡ଼ିଆଁ, ସଟଫୁଟ, ଓ ଅନ୍ୟାନ୍ୟ ଖେଳ ପ୍ରତିଯୋଜିତା ଆୟୋଜନ ହେବାକୁ ଯାଉଛି । ଏଥିରେ ଯୋଗ୍ୟ ବିବେଚିତ ଖେଳାଳୀମାନେ ଡିସେମ୍ବର ଶେଷ ସପ୍ତାହରେ ଆସାମ ଗୌହାଟୀରେ ଆୟୋଜିତ ହେବାକୁ ଥିବା ଅଖିଳ ଭାରତୀୟ କ୍ରୀଡ଼ାରେ ଭାଗ ନେବେ ବୋଲି ଆଶ୍ରମର ସମ୍ପାଦକ ଧନେଶ୍ୱର ମହାନ୍ତ ସୂଚନା ଦେଇଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଓମପ୍ରକାଶ ଅଗ୍ରୱାଲ, ବିଶ୍ୱାମିତ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post