Sat. Mar 7th, 2026

ରାଜ୍ୟସଭାରେ ଆଗତ ହେଲାନି ୩ ତଲାକ୍‌ ବିଲ୍‌

281 Views

ନୂଆଦିଲ୍ଲୀ: ରାଜ୍ୟସଭାରେ ସହମତି ଅଭାବରୁ ଆଜି  ଶେଷ ଦିବସରେ  ମଧ୍ୟ ତିନି ତଲାକ ବିଲ୍‌  ଆଗତ ହୋଇପାରି ନାହିଁ।  ବିଲ୍‌ ନେଇ ଗୃହରେ ଏକତା ଦେଖିବାକୁ ମିଳିନଥିବାରୁ ବିଲ୍‌୍‌କୁ  ଉପସ୍ଥାପନ କରାଯାଇ ନାହିଁ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ କହିଥିଲେ ।  ଦିନକ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଏହି ବିଲ୍‌୍‌ରେ ସଂଶୋଧନକୁ ମଂଜୁରି ଦେଇଥିଲେ ଏବଂ  ତିନି ତଲାକ୍‌ ବିଲ୍‌ ଆଗାମୀ ଶୀତ ଅଧିବେଶନରେ ଆଗତ କରାଯିବ ବୋଲି ଜଣାପଡ଼ିଛି। ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ପାଖରେ ଅଧ୍ୟାଦେଶ ଲାଗୁ କରିବା ନିମନ୍ତେ ବିକଳ୍ପ ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ ରାଜ୍ୟସଭାରେ ତିନି ତଲାକ ବିଲ୍‌ ଆଗତ କରିବା

ପାଇଁ ବିଜେପିର ଉଦ୍ୟମ ବିଫଳ ହେବା ପଛରେ କଂଗ୍ରେସ ହିଁ ମୁଖ୍ୟତଃ ଦାୟୀ  ବୋଲି ଧାରଣା ସୃଷ୍ଟି ହୋଇଥିବାରୁ ଏହି ମାମଲାରେ କଂଗ୍ରେସକୁ ଘେରିବା ପାଇଁ ବିଜେପି କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଆଜି ମୌସୁମୀ ଅଧିବେଶନର ଶେଷ ଦିନରେ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ରାଜ୍ୟସଭା ଦୁଇ ଥର ମୁଲତବୀ ରହିଥିଲା।   ଅପରାହ୍ନ ୨ଟା ୩୦ରେ ରାଜ୍ୟସଭା କାର୍ଯ୍ୟ ପୁଣି ଆରମ୍ଭ ହେବାପରେ  ଅଧ୍ୟକ୍ଷ ସ୍ପଷ୍ଟ କରି ଦେଇଥିଲେ ଯେ ତିନି ତଲାକ୍‌ ବିଲ୍‌  ଗୃହରେ ଉପସ୍ଥାପନ ହେବନାହିଁ। କଂଗ୍ରେସ ତିନି ତଲାକ୍‌ ବିଲ୍‌ର ନୂଆ ରୂପକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଏହାକୁ ସମର୍ଥନ ପ୍ରସଙ୍ଗରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି କହିଛନ୍ତି ଯେ ତିନି ତଲାକ ବିଲ୍‌ ନେଇ କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ ରହିଛି। ଏ ସଂପର୍କରେ ଦଳ ସରକାରଙ୍କୁ ଭଲ ଭାବେ ଅବଗତ କରାଇଛି ବୋଲି ସେ କହିଛନ୍ତି।

By amfnews

Related Post