Sat. Mar 7th, 2026

ରାଜ୍ୟସଭାକୁ ଫେରି ପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

148 Views

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏଥର ରାଜସ୍ଥାନରୁ ରାଜ୍ୟସଭା ପାଇଁ ସଦସ୍ୟ ମନୋନୀତ ହୋଇ ପାରନ୍ତି ବୋଲି କଂଗ୍ରେସର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି।

ଅଗଷ୍ଟ ୨୬ ତାରିଖ ଦିନ ଦୁଇଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ହେବା କଥା ନିର୍ବାଚନ କମିସନ୍‌ ଘୋଷଣା କରିବା ପରେ କଂଗ୍ରେସ ତରଫରୁ ମନମୋହନ ସିଂହଙ୍କୁ ପ୍ରାର୍ଥୀ କରାଯିବାକୁ ଉଦ୍ୟମ ଚାଲିଛି।

ଜୁନ୍‌ ମାସରେ ବିଜେପିର ମଦନ ଲାଲ୍‌ ସାଇନିଙ୍କର ଦେହାନ୍ତ ହେବାରୁ ରାଜସ୍ଥାନରୁ ଗୋଟିଏ ଆସନ ଖାଲି ପଡ଼ିଥିଲା। ଅନ୍ୟ ଆସନଟି ଉତ୍ତର ପ୍ରଦେଶର। ସମାଜବାଦୀ ପାର୍ଟିର ସାଂସଦ ନୀରଜ ଶେଖର ଦଳ ବଦଳାଇବାରୁ ଜୁଲାଇ ମଧ୍ୟଭାଗରୁ ରାଜ୍ୟସଭାରେ ତାଙ୍କ ଆସନଟି ଖାଲି ପଡ଼ିଛି।
ଯଦି ମନମୋହନ ସିଂହ ରାଜ୍ୟସଭାକୁ ଯାଆନ୍ତି ତାଙ୍କର କାର୍ଯ୍ୟକାଳ ଦୀର୍ଘତର ହେବ। ମଦନ ଲାଲ୍‌ ସାଇନିଙ୍କ କାର୍ଯ୍ୟକାଳ ଏପ୍ରିଲ୍‌ ୨୦୧୪ରେ ସରି ଥାଆନ୍ତା। ମନମୋହନ ସିଂହଙ୍କ ଲାଗି କଂଗ୍ରେସ ଆସନଟିଏ ଖୋଜୁଥିଲା ବୋଲି ଶୁଣାଯାଉଛି। ୧୯୯୧ରେ ସେ ଆସାମରୁ ରାଜ୍ୟସଭା ଆସନକୁ ନିର୍ବାଚିତ ହୋଇଥିଲେ।

By amfnews

Related Post