Tue. Jun 10th, 2025

ରାଜ୍ୟର ତିନିଟି ଜିଲ୍ଲା‌ରେ ଲାଗି ରହିବ ଘନ କୁହୁଡ଼ି

By amfnews Dec 9, 2019 #Featured
259 Views

ଭୁବନେଶ୍ବର : ଗତକାଲିଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି। ରାତିର ତାପମାତ୍ରା ବଢ଼ିବା ସହ ଥଣ୍ଡା କମିଛି। ଏବେ କିଛି ମାତ୍ରାରେ ଗରମ ଅନୁଭୂତ ହେଉଛି। ଆସନ୍ତା ୪ ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ ବୋଲି ଜଣାଯାଇଛି। ଏଥିସହ କଳାହାଣ୍ଡି, କନ୍ଧମାଳ ଓ ଅନୁଗୁଳ ଜିଲ୍ଲା‌ରେ ଘନ କୁହୁଡ଼ି ଲାଗିରହିବ। ଆଉ କେତେକ ସ୍ଥାନରେ ହାଲୁକା କୁହୁଡ଼ି ବି ହୋଇପାରେ। ତେବେ ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୯, ଦାରିଙ୍ଗବାଡ଼ିରେ ୧୦, ସୁନ୍ଦରଗଡ଼ ଓ ସୋନପୁରରେ ୧୧, ଅନୁଗୁଳରେ ୧୨.୬, ବଲାଙ୍ଗୀର ଓ କୋରାପୁଟରେ ୧୩, ଭବାନୀପାଟଣାରେ ୧୩.୫, ଝାରସୁଗୁଡ଼ାରେ ୧୩.୬, ସମ୍ବଲପୁରରେ ୧୩.୭, କେନ୍ଦୁଝରରେ ୧୩.୮, ତାଳଚେରରେ ୧୪.୭ ଡିଗ୍ରି ରେକର୍ଡ କରାଯାଇଛି।

By amfnews

Related Post