Fri. Jan 24th, 2025

ରାଜ୍ୟରେ ୧,୦୦୦ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ୨୪ଘଣ୍ଟାରେ ୯୮୭ କରୋନା ସଂକ୍ରମିତ ଚିହ୍ନଟ, ୧୩ମୃତ

By amfnews Nov 10, 2020 #Featured
186 Views

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ କମ୍‌ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୧,୦୦୦ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୮୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୭୨ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୪୧୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ର‌ାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ସାରି‌ଲେଣି ୨୮୯୬୮୯ ଜଣ। ଏବେ ସକ୍ରିୟ ଅଛନ୍ତି ୧୨ ହଜାର ୫୮୪ ଜଣ।ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୬ଜଣ, ବାଲେଶ୍ବରରୁ ୨୫ଜଣ, ବରଗଡ଼ରୁ ୩୧ଜଣ, ଭଦ୍ରକରୁ ୪ଜଣ, ବଲାଙ୍ଗୀରରୁ ୪୩ଜଣ, ବୌଦ୍ଧରୁ ୭ଜଣ, କଟକରୁ ୮୫ଜଣ, ଦେଓଗଡ଼ରୁ ୨ଜଣ, ଢ଼େଙ୍ଗାନାଳରୁ ୨୨ଜଣ, ଗଞ୍ଜାମରୁ ୯ଜଣ, ଜଗତସିଂହପୁରରୁ ୪୫ଜଣ, ଯାଜପୁରରୁ ୨୭ଜଣ, ଝାରସୁଗୁଡ଼ାରୁ ୩୪ଜଣ, କଳାହାଣ୍ଡିରୁ ୨୩ଜଣ, କନ୍ଧମାଳରୁ ୮ଜଣ, କେନ୍ଦ୍ରାପଡ଼ାରୁ ୬୦ଜଣ, କେନ୍ଦୁଝରରୁ ୩୦ଜଣ, ଖୋର୍ଦ୍ଧାରୁ ୮୬ଜଣ, କୋରାପୁଟରୁ ୭ଜଣ, ମାଲକାନଗିରିରୁ ୪ଜଣ, ମୟୂରଭଞ୍ଜରୁ ୮୪ଜଣ, ନବରଙ୍ଗପୁରରୁ ୨୨ଜଣ, ନୟାଗଡ଼ରୁ ୧୧ଜଣ, ନୂଆପଡ଼ାରୁ ୪୧ଜଣ, ପୁରୀରୁ ୨୯ଜଣ, ରାୟଗଡ଼ାରୁ ୧୧ଜଣ, ସମ୍ବଲପୁରରୁ ୧୭ଜଣ, ସୋନପୁରରୁ ୯ଜଣ, ସୁନ୍ଦରଗଡ଼ରୁ ୧୦୭ଜଣ ଏବଂ ଷ୍ଟେଟ ପୁଲରୁ ୧୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଛି।

By amfnews

Related Post