Mon. Dec 23rd, 2024

ରାଜ୍ୟରେ ହଜିଯାଇଥିବା ୨୭ ହଜାର ପରୀମାନଙ୍କ ନ୍ୟାୟ ଦାବିରେ ଆସନ୍ତା ୫ରୁ ବିଜେପିର ଦୀପ ଦାନ ଉତ୍ସବ

By amfnews Jan 2, 2021 #Featured
139 Views

ଭୁବନେଶ୍ବର, ଜାନୁଆରୀ ୦୨ : ରାଜ୍ୟରେ ନାରୀ ନିର୍ଯାତନା ଓ ଶିଶୁ ନିଖୋଜ ଘଟଣା ଦିନକୁ ଦିନ ବଢିବା ସହ ଚିନ୍ତାର କାରଣ ପାଲଟିଛି । ସେଥିଲାଗି ବିଭିନ୍ନ ମହଲରୁ ସରକାରଙ୍କ ନୀରବଦ୍ରଷ୍ଟା ବିରୋଧରେ ସ୍ୱର ଉଠୁଥିବାବେଳେ ପୁଣିଥିରେ ଆନ୍ଦୋଳନ ପାଇଁ ବିଜେପି ନିଷ୍ପତ୍ତି ନେଇଛି ।

ରାଜ୍ୟରେ ନିଖୋଜ ହୋଇଥିବା ୨୭ ହଜାର ପରୀମାନଙ୍କ ନ୍ୟାୟ ଦେବା ଦାବିରେ ଆସନ୍ତା ୫ ତାରିଖରୁ ୧୨ତାରିଖ ଯାଏଁ ବିଜେପି ଦୀପଦାନ କରିବ । ରାଜ୍ୟର ସମସ୍ତ ଗାଁ ଆରାଧ୍ୟ ଦେବାଦେବୀଙ୍କ ନିକଟରେ ବିଜେପି ଦୀପଦାନ କରିବ ବୋଲି ସମୀର ମହାନ୍ତି କହିଛନ୍ତି । ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଯୋଜନାରେ ସବୁ ଥାନାରେ ମହିଳା ଡେକ୍ସ ଖୋଲାଯାଇଥିବାବେଳେ ଏବେ ମହିଳା ୱିଙ୍ଗ ଗଠନ କରିବା କଥା କହି ରାଜ୍ୟସରକାର ଭେଳିକି ଦେଖାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟ ପୁରୁଣା ମଦ ନୂଆ ବୋତଲ ସଦୃଶ ବୋଲି ସମୀର ମହାନ୍ତି କହିଛନ୍ତି।

ସାଧାରଣ ନିର୍ବାଚନ ପୂର୍ବରୁ ସରକାର ପରୀ ରଥ ବୁଲାଇଥିଲେ । ହେଲେ ନୟାଗଡ ଯଦୁପୁରର କୁନି ପରୀକୁ ନ୍ୟାୟ ଦେଇପାରିଲେ ନାହିଁ । ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡି ନେତା ବାବୁଲି ନାୟକଙ୍କ ନାମ ନେଲେ ପରୀ ମାଆବାପା । ହେଲେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପରିବର୍ତ୍ତେ ଘଣ୍ଟ ଘୋଡାଯାଉଛି । ପୋଲିସ କ୍ଷମତା ନଥିବା ଲୋକଙ୍କୁ ଏସଆଇଟିର ମୁଖ୍ୟ କରାଯାଉଛି । ବିଜେପି ଏହାର ଘୋର ପ୍ରତିବାଦ କରୁଛି ବୋଲି ସମୀର ମହାନ୍ତି କହିଛନ୍ତି ।

By amfnews

Related Post