Sat. Mar 7th, 2026

ରାଜ୍ୟରେ ଖସୁଛି ତାପମାତ୍ରା; କୁହୁଡ଼ି ବଢ଼ିବ

191 Views

ଭୁବନେଶ୍ବର : ସବୁଠି କମୁଛି ରାତିର ତାପମାତ୍ରା। ଦାରିଙ୍ଗବାଡ଼ିଠାରୁ ଆରମ୍ଭ କରି ସୁନ୍ଦରଗଡ଼ ପର୍ଯ୍ୟନ୍ତ, ରାତିର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସି ଆସିଛି। ଉପକୂଳ ଓଡ଼ିଶାର ବି ଅଧିକାଂଶ ସହରର ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ଖସିଛି। ଗତକାଲି କଟକରେ ରାତିର ତାପମାତ୍ରା ୧୬.୨ ଡିଗ୍ରିକୁ ହ୍ରାସ ପାଇଥିଲା। ବାଲେଶ୍ବର ତାପମାତ୍ରା ବି ୧୬.୬, ଭୁବନେଶ୍ବରରେ ୧୭.୮ ଡିଗ୍ରି ରେକର୍ଡ କରାଯାଇଛି। ଦକ୍ଷିଣ, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ କୁହୁଡ଼ି ହେଉଥିବାରୁ ଜନଜୀବନ ବି ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ପରିବର୍ତନ ହେବନି। ସକାଳୁ ଭୁବନେଶ୍ବରରେ ସାମାନ୍ୟ କୁହୁଡ଼ି ପଡ଼ିବା ସହ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରି ଭିତରେ ରହିବ। ଆଜି ସକାଳୁ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ସୁନ୍ଦରଗଡ଼ରେ ୧୨.୫, କୋରାପୁଟରେ ୧୩.୬, ଅନୁଗୁଳରେ ୧୩.୬, ଫୁଲବାଣୀରେ ୧୩.୮, ଟିଟିଲାଗଡ଼ରେ ୧୪.୧ ଡିଗ୍ରି ରହିଥିଲା।

By amfnews

Related Post