Sun. Jun 8th, 2025

ରାଜ୍ୟରେ ଏଥର ନିଆରା ଢଙ୍ଗରେ ସାବିତ୍ରୀ ବ୍ରତ ପାଳିଲେ ମହିଳା

By amfnews May 22, 2020 #Featured
209 Views

ଭୁବନେଶ୍ୱର : ଆଜି ହେଉଛି ସାବିତ୍ରୀ ଅମାବାସ୍ୟା।  ରାଜ୍ୟର ଅଧିକାଂଶ ମନ୍ଦିର ବନ୍ଦ ରହିଥିବା ହେତୁ ଅନେକ ମହିଳା ଘରେ  ସାବିତ୍ରୀ ପୂଜାର ବନ୍ଦୋବସ୍ତ  କରିଥିବା ଜଣାଯାଇଛି। ରାଜଧାନୀ ଭୁବନେଶ୍ୱରରେ ଏଭଳି ଢଙ୍ଗରେ ଘର ଭିତରେ ସାବିତ୍ରୀ ବ୍ରତ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।

ବାଲେଶ୍ୱରରେ କେତେକ ମହିଳା ଭକ୍ତ ମନ୍ଦିର ବାହାରେ ପୂଜାର୍ଚ୍ଚନା କରିଥିବା ଜଣାଯାଇଛି। ମନ୍ଦିର ବନ୍ଦ ହୋଇଥିବା ହେତୁ କେତେକ ମହିଳା ସକାଳେ  ନିଆରା ଢଙ୍ଗରେ ସାବିତ୍ରୀ ବ୍ରତ ପାଳନ କରିଥିବା କୁହାଯାଉଛି।   ରାଉରକେଲାର ବିହାରୀ ମହିଳାମାନେ ବିଶ୍ରା ଡାହର ରୋଡରେ  ନିଆରା ଢଙ୍ଗରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି l

ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଥିବା ହେତୁ କୌଣସି ମହିଳା ମନ୍ଦିରକୁ ଆସି ନଥିଲେ। ସେମାନେ ଘରେ ସାବିତ୍ରୀ ବ୍ରତ ପାଳନ କରିଥିବା ଜଣାଯାଇଛି। ଏଣେ ଅନୁଗୁଳର ବୁଢୀ ଠାକୁରାଣୀ ମନ୍ଦିରରେ ପ୍ରବେଶ ନିଷିଦ୍ଧ ହୋଇଥିବା ହେତୁ ସେଠାରେ ମହିଳାଙ୍କୁ ପୂଜା କରିବା ଦିଆଯାଇ ନ ଥିଲା।

By amfnews

Related Post