Sat. Mar 7th, 2026

ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୪୫୭ କରୋନା ଆକ୍ରାନ୍ତ ରୋଗୀ

In Odisha, there has been a significant drop in Covid cases, with 9,833 positives.
In Odisha, there has been a significant drop in Covid cases, with 9,833 positives.
252 Views

ଭୁବନେଶ୍ୱର, ଜୁଲାଇ ୨୦ : ରାଜ୍ୟରେ ଆଜି ଆଉ ୪୫୭ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୨୯୦୯କୁ ବୃଦ୍ଧି ପାଇଛି, ଏ ନେଇ ଟ୍ୱିଟ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୮, ନୟାଗଡ଼ରୁ ୫୩, କଟକରୁ ୪୪, ସୁନ୍ଦରଗଡ଼ରୁ ୩୮, ଖୋର୍ଦ୍ଧାରୁ ୩୨, ଗଜପତିରୁ ୨୨, ଯାଜପୁରରୁ ୨୦, ନୂଆପଡ଼ାରୁ ୧୮, ବାଲେଶ୍ୱରରୁ ୧୭, ମୟୁରଭଞ୍ଜରୁ ୧୫, ଅନୁଗୁଳରୁ ୧୧, କୋରାପୁଟରୁ ୧୧, ମାଲକାନଗିରିରୁ ୯, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୭, ଝାରସୁଗୁଡ଼ାରୁ ୬, ବୌଦ୍ଧରୁ ୫, ଦେବଗଡ଼ରୁ ୪, ବରଗଡ଼ରୁ ୩, ନବରଙ୍ଗପୁରରୁ ୩, ସମ୍ବଲପୁରରୁ ୩, ବଲାଙ୍ଗୀରରୁ ୨, ପୁରୀରୁ ୨, ରାୟଗଡ଼ାରୁ ୨, ଭଦ୍ରକ, ଢ଼େଙ୍କାନାଳ ଓ ଜଗତସିଂହପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

By amfnews

Related Post