201 Views
ଭୁବନେଶ୍ୱର, ଅଗଷ୍ଟ ୦୭ : ରାଜ୍ୟରେ ସାଂଘାତିକ ହେଲାଣି ମହାମାରୀ କରୋନା ସ୍ଥିତି । ଆଜି ଗୋଟିଏ ଦିନରେ ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଆଜି ରାଜ୍ୟରେ କରୋନା ମହାମାରୀ ନେଇଛି 12 ଜୀବନ । ଯାହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 247ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାରୁ 3 ଜଣ ଥିବା ଜଣାପଡିଛି । ସେହିପରି ମୟୂରଭଞ୍ଜ, ଗଜପତି, ଢେଙ୍ଗାନାଳ, ଭଦ୍ରକ, କେନ୍ଦ୍ରାପଡା ଓ ସମ୍ବଲପୁରରୁ ଜଣେ ଲେଖା କୋରୋନା ଆକ୍ରାନ୍ତ ମୃତ୍ୟୁ ଘଟିଛି ।