222 Views
ଭୁବନେଶ୍ୱର, ସେପ୍ଟେମ୍ବର ୦୮ : ରାଜ୍ୟରେ ଆଜି ଆଉ ୧୩ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬୯ରେ ପହଞ୍ଚିଛି ।
ଆଜି ମୃତ୍ୟୁବରଣ କରିଥିବା ୧୩ ମୃତକଙ୍କ ମଧ୍ୟରେ ପୁରୀ ଜିଲ୍ଲାରୁ ସର୍ବାଧିକ ୩ ଜଣ ଥିବାବେଳେ ଗଞ୍ଜାମ, ମୟୂରଭଞ୍ଜ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ ଏବଂ କଟକ, କନ୍ଧମାଳ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଅଛନ୍ତି।