247 Views
ଭୁବନେଶ୍ୱର, ସେପ୍ଟେମ୍ବର ୦୯ : ରାଜ୍ୟରେ ଆଜି ଆଉ ୧୧ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା । ଫଳରେ ଆଜିର ମୃତକଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୮୦ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଜି ପ୍ରାଣ ହରାଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ କରୋନାରେ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରୁ କେବଳ ୨ ଜଣ ଅଛନ୍ତି। ଏହାବ୍ୟତୀତ ବଲାଙ୍ଗିରରୁ ଜଣେ, କନ୍ଧମାଳରୁ ଜଣେ, ପୁରୀ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।