Sat. Mar 7th, 2026

ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବିଧାନସଭା ଭାଙ୍ଗିବାକୁ କୋର୍ଟରେ ଚାଲେଞ୍ଜ କରିବ ନାହିଁ ପିଡ଼ିପି

327 Views

ଶ୍ରୀନଗର, ନଭେମ୍ବର ୨୭: ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜାମ୍ମୁ ଓ କାଶ୍ମୀର ବିଧାନସଭା ଭାଙ୍ଗିଦେବା ଘଟଣାକୁ କୋର୍ଟରେ ଚାଲେଞ୍ଜ କରିବ ନାହିଁ ପିଡ଼ିପି । ପିଡ଼ିପି ମୁଖ୍ୟ  ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି କହିଛନ୍ତି ଯେ ରାଜ୍ୟପାଲଙ୍କ ନିଷ୍ପତ୍ତିକୁ କୋର୍ଟରେ ଚାଲେଞ୍ଜ ଦେବା ପରିବର୍ତ୍ତେ ସେ ଜାମ୍ମୁ ଓ କାଶ୍ମୀରର ଲୋକଙ୍କ କୋର୍ଟକୁ ଯିବେ।

ପିଡ଼ିପି ମୁଖ୍ୟ  ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି  ଟ୍ଵିଟ କରି କହିଛନ୍ତି ଯେ  କେତେକ ଶୁଭେଛୁ ରାଜ୍ୟପାଳଙ୍କ  ବିଧାନସଭା ଭଙ୍ଗା ନିଷ୍ପତ୍ତିକ କୋର୍ଟରେ ଚାଲେଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି। ପିଡ଼ିପି, ନ୍ୟାସନାଲ କନ୍‌ଫରେନ୍ସ ଓ କଂଗ୍ରେସ  ଜାମ୍ମୁ ଓ କାଶ୍ମୀରର ସ୍ୱାର୍ଥ ରକ୍ଷା ପାଇ ଏକାଠି ହୋଇ ସରକାର ଗଠନ ପାଇଁ ଚାହିଁଥିଲେ। ତେବେ ବିଧନସଭା ଭଙ୍ଗ ହୋଇଥିବାରୁ ସେ ଲୋକଙ୍କ କୋର୍ଟକୁ ଯାଇ ସାନି ଜନାଦେଶ ଲୋଡିବେ ବୋଲିି ଟିଡ଼ିପି ମୁଖ୍ୟ  ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ପିଡ଼ିପି, ନ୍ୟାସନାଲ କନ୍‌ଫରେନ୍ସ ଓ କଂଗ୍ରେସ ମିଳିତ ହୋଇ ଜାମ୍ମୁ ଓ କାଶ୍ମୀରରେ ସରକାର ଗଠନ ପାଇଁ ଅଣ୍ଟା ଭିଡ଼ୁଥିବା ବେଳେ ଏକ ନାଟକୀୟ ଘଟଣାକ୍ରମରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜାମ୍ମୁ ଓ କାଶ୍ମରର ବିଧାନସଭା ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜ୍ୟରେ ଘୋଡ଼ା ବେପାର ବନ୍ଦ କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିଲେ ବୋଲି ରାଜ୍ୟପାଳ ଶ୍ରୀ ମଲ୍ଲିକ କହିଥିଲେ।

By amfnews

Related Post