Wed. Mar 11th, 2026

ରାଜୁଙ୍କ ମୃତ୍ୟୁକୁ ନେଇ ସ୍ୱାଭିମାନ ଅଞ୍ଚଳରେ ଉତ୍ତେଜନା

176 Views

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଜନ୍ତାପାଇ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ରୋଷେଇ ଘରୁ ରାଜୁ ହନ୍ତାଳ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାରେ ଆଜି ବି ଉତ୍ତେଜନା ପ୍ରକାଶ ପାଇଛି। ଶବ ବ୍ୟବଚ୍ଛେଦ ପରେ ମଧ୍ୟ ତାଙ୍କ ପରିବାର ଲୋକେ ମୃତଦେହ ନେଉ ନାହାନ୍ତି।

ରାଜୁ ହନ୍ତାଳଙ୍କୁ ଯବାନମାନେ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଗତକାଲି ମୃତକଙ୍କ ପରିବାର ଲୋକଙ୍କ ସହିତ ଗ୍ରାମବାସୀ ପାପରମେଟଲା ଥାନା ଘେରାଉ କରିଥିଲ। ଆଜି ମଧ୍ୟ ଥାନା ନିକଟରେ ଗାଁ ଲୋକେ ଏକତ୍ରିତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ରାଜୁ ହନ୍ତାଳ ତାଙ୍କ ଦୁଇ ଝିଅ ସହିତ ଜନ୍ତାପାଇ ଠାରେ ହେଉଥିବା ସାପ୍ତାହିକ ହାଟକୁ  ଔଷଧ ଓ ରାସନ କିଣିବାକୁ ଯାଇଥିଲେ। ହେଲେ ସେଠାରୁ ସାଦା ପୋଷାକ ପିନ୍ଧିଥିବା ବିଏସ୍‌ଏଫ୍‌ ଯବାନମାନେ ରାଜୁଙ୍କୁ ଡାକି ନେଇଥିବା ତାଙ୍କ ଝିଅ କହିଥିଲେ। ସେହି ଦିନ ରାଜୁ ଘରକୁ ଫେରି ନଥିଲେ। ହେଲେ ଶନିବାର ଅପରାହ୍ଣ ପ୍ରାୟ ୩ଟା ବେଳେ ରାଜୁଙ୍କ ମୃତଦେହ ଜନ୍ତାପାଇ ଗାଁ ମୁଣ୍ଡାରେ ଥିବା ଅଙ୍ଗନବାଡ଼ି  କେନ୍ଦ୍ରର ରୋଷେଇ ଘରୁ ଉଦ୍ଧାର ହୋଇଥିଲା। ରାଜୁଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ମଧ୍ୟ ଦେଖିବାକୁ ମିଳିଥିଲା।

By amfnews

Related Post