Sun. Nov 24th, 2024

ରାଜୀବ ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳିତ

By amfnews Aug 21, 2018 #Featured
420 Views

ରାଉରକେଲା, ୨୧ା୮ : ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଆଜି ଜିଲା କଂଗ୍ରେସ କମିଟି ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ଠାରେ ମହାସମାରୋହରେ ପାଳନ କରାଯାଇଛି । ଜିଲା କଂଗ୍ରେସ ସଭାପତି ରବି ରାୟ ଦଳୀୟ କାର୍ଯ୍ୟରେ ଭୁବନେଶ୍ୱରରେ ଥିବାରୁ ଦଳର ବରିଷ୍ଠ ନେତା ଅଜିତ ସାମଲ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଦଳୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ସକାଳ ସାଢେ ୯ଟା ବେଳେ ସ୍ଥାନୀୟ ଟ୍ରାଫିକ୍ ଗେଟ୍ ଛକଠାରେ ଥିବା ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ଦଳର ବରିଷ୍ଠ ଶ୍ରୀ ସାମଲ ମାଲ୍ୟାର୍ପଣ କରିଥିଲେ ।

ପରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଭାତୀ ମିଶ୍ର, ନିରୂପମା ବଳିୟାରସିଂ, ରଞ୍ଜିତା ମଲ୍ଲିକ, ଲକ୍ଷ୍ମୀପ୍ରିୟା ରାଉତ, ବରିଷ୍ଠ ନେତା କୀର୍ତ୍ତନ ଦାସ, ବାସୁ ବାନାର୍ଜୀ, ଶିବୁ ସାହୁ, ବରିୟମ ସିଂ, ଭାସ୍କର ଖିଲାର, ସୋଏବ ଅଖତାର, ଏମ୍ଡି ଇମାମ, ରଜନୀ ପାତ୍ର, ସଇଦ ହୁସେନ, ଚିତ୍ତରଞ୍ଜନ ମହାନ୍ତି, ମନୁ ସାମଲ, ସୋମନାଥ ପଣ୍ଡା, ପ୍ରଦୀପ ବେହେରା, ଗୌତମ ଲେଙ୍କା, ଏମ୍ଡି ସାହାବୁଦ୍ଦିନ, ଜଗଦିଶ ଜୟସ୍ୱାଲ, ଗିରିଜା ମିଶ୍ର, ଅଜୟ ମନ୍ତ୍ରୀ ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ସେକ୍ଟର-୨୧ ସ୍ଥିତ କଂଗ୍ରେସ ଭବନ ଠାରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତିଚାରଣ କରାଯିବା ସହ ତାଙ୍କ ଜୀବନୀ ଉପରେ ବକ୍ତମାନେ ଆଲୋକପାତ କରିଥିଲେ । ଅଠର ବର୍ଷ ବୟସରେ ଭୋଟଦାନ ଅଧିକାର ଯୁବପିଢୀଙ୍କୁ ପ୍ରଦାନରେ ତାଙ୍କ ସରକାର ପ୍ରମୁଖ ଭୂମିକା ନିର୍ବାହ କରିଥିଲା । ସେହିପରି ପଞ୍ଚାୟତ ଅଧିକାରୀ ଏବଂ ପଞ୍ଚାୟତକୁ ପ୍ରମୁଖ ଭୂମିକା ଦେବାରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସମୟରେ ହିଁ ହୋଇପାରିଥିଲା ବୋଲି ବିଭିନ୍ନ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

ବୈଠକରେ ବରିଷ୍ଠ ନେତା ଅଜିତ ସାମଲ, କୀର୍ତ୍ତନ ଦାସ, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଭାତୀ ମିଶ୍ର, ହରିଶ ପାଣି, ସୋମନାଥ ପଣ୍ଡା, ସବୀର ହୁସେନ, ଭାସ୍କର ଖିଲାର, ସନ୍ତୋଷ ତନ୍ତୀ, ମଝିଆ ପ୍ରଧାନ, ଫୁଲ କଂସାରୀ, ରମେଶ ଗୁପ୍ତାଙ୍କ ସମେତ ଅନ୍ୟମାନେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜୀବନୀ ଉପରେ ବିଶଦ୍ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ବୃନ୍ଦା ପ୍ରସାଦ, ସରସ୍ୱତୀ ହେମ୍ବ୍ରମ, ତୁଳସୀ ନାଗ, ଶିବାନୀ ଟୁଡୁ, ମାୟା ଯାଦବ, ଯୁବକଂଗ୍ରେସ ଉପସଭାପତି ପ୍ରଦୀପ ବେହେରା, ସନ୍ଦୀପନ ମହାପାତ୍ର, ଯୁବ ଆଇଏନ୍ଟିୟୁସିର ଗୌତମ ଲେଙ୍କା, ଦିନେଶ ବେହେରା, ଅଜୟ ମନ୍ତ୍ରୀ, ଛାତ୍ରନେତା ରିତେଶ ଦେହୁରୀ, ଅବିନାଶ ଖାଖା ଓ ଅନ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେବାଦଳର ବିନୋଦ ରାଉତ ଟ୍ରାଫିକ୍ ଗେଟ୍ର କାର୍ଯ୍ୟକ୍ରମ ଏବଂ ଦଳୀୟ ବୈଠକର ପରିଚାଳନା କରିଥିବା ବେଳେ ବାସୁ ବାନାର୍ଜୀ ଧନ୍ୟବାଦ ଦେଇଥିଲେ ।

By amfnews

Related Post