Sun. Mar 8th, 2026

ରାଜସ୍ଥାନ ବାରମେର୍‌ ଠାରେ ସଡ଼କ ଦୁର୍ଘଟଣାରେ ତିନି ବାୟୁସେନା କର୍ମଚାରୀ ମୃତ, ତିନି ଜଣ ଗୁରୁତର ଆହତ

167 Views

ଜୟପୁର  : ବୁଧବାର ଦିନ ବାରମେର୍‌ ଠାରେ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଭାରତୀୟ ବାୟୁସେନାର ତିନି ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଜଣ ସାଙ୍ଘାତି ଆହତ ହୋଇଛନ୍ତି।

ଛଅଜଣ ବାୟୁସେନା କର୍ମଚାରୀ ଗୋଟାଏ ସର୍ଭିସ୍‌ ଗାଡ଼ିରେ ଯାଉଥିବା ବେଳେ ପୂର୍ବାହ୍ନ ୧୦:୧୫ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ କର୍ପୋରାଲ୍‌ ଜିଏସ୍‌ ରାଓ୍ଵତ୍‌, ନନ୍‌-କମ୍ବାଟାଣ୍ଟ୍‌ (ଇ) ଅଶୋକ କୁମାର ଏବଂ ନନ୍‌-କମ୍ବାଟାଣ୍ଟ୍‌ (ଇ) ଏଲ୍‌ ସେର୍ପା କୁମାରଙ୍କର ମୃତ୍ୟୁ ଘଟିଛି।

ସାଙ୍ଘାତିକ ଆହତ ଦୁଇ ଜଣ ହେଲେ, ସର୍ଜେଣ୍ଟ୍‌ ମଣିରାମ ଏବଂ ନନ୍‌-କମ୍ବାଟାଣ୍ଟ୍‌ (ଇ) ଅରୁଣ କୁମାର। ଏମାନଙ୍କୁ ବିମାନ ଯୋଗେ ଯୋଧପୁର ମିଲଟାରି ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସାମାନ୍ୟ ଆହତ ହୋଇଥିବା କର୍ପୋରାଲ୍‌ ପ୍ରସାଦଙ୍କୁ ବାରମେର ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଦୁଃଖଦ ଘଟଣା ପାଇଁ ନିହତ କର୍ମଚାରୀଙ୍କ ପରିବାର ପ୍ରତି ଭାରତୀୟ ବାୟୁସେନା ଗଭୀର ଶୋକ ପ୍ରକାଶ କରିଛି। ଦୁର୍ଘଟଣାର ତଦନ୍ତ କରାଇବାକୁ ବାୟୁସେନା କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି।

By amfnews

Related Post