Sat. Mar 7th, 2026

ରାଜସ୍ଥାନ-ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ, ଆଜି ହୋଇପାରେ ଘୋଷଣା

315 Views

ନୂଆଦିଲ୍ଲୀ, ଡିସେମ୍ବର ୧୪ : ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ବରିଷ୍ଠ ନେତାମାନେ ବହୁ ତର୍ଜମା କରିବା ପରେ ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶକୁ ମୁଖ୍ୟମନ୍ତ୍ରୀ ମିଳିଥିବା ବେଳେ ରାଜସ୍ଥାନ ଏବଂ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବେ, କଂଗ୍ରେସ ସ୍ଥିର କରିପାରି ନାହିଁ । କଂଗ୍ରେସ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ରାଜସ୍ଥାନ ଏବଂ ଛତିଶଗଡ଼ ପାଇଁ କଂଗ୍ରେସ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦ ଘୋଷଣା କରିପାରନ୍ତି । ଏହି ଦୁଇ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ, ଏଥିପାଇଁ ଆହୁରି ଅଧିକ ସମୟ ପର୍ଯ୍ୟନ୍ତ ଆଲୋଚନା କରିବାର ଆବଶ୍ୟକତା ଅଛି ବୋଲି କଂଗ୍ରେସ କହିଛି ।

ଛତିଶଗଡ଼ରେ ନୂତନ ମୁଖ୍ୟମନ୍ତ୍ରୀ ପାଇଁ ନିଷ୍ପତ୍ତି ନେବାକୁ ଗୁରୁବାର ରାଜ୍ୟର ନେତାମାନଙ୍କ ସହିତ ରାହୁଲ ଗାନ୍ଧୀ ଆଲୋଚନା କରିଥିଲେ । ମାତ୍ର ଯେହେତୁ ଶେଷ ନିଷ୍ପତ୍ତି ବାହାରି ପାରି ନାହିଁ ତେଣୁ ଏହି ଗୁରୁତ୍ୱପୂର୍ଣର୍ ପଦ ପାଇଁ ଦାବି କରୁଥିବା ନେତାଙ୍କ ସହିତ ରାହୁଲ ଶୁକ୍ରବାର ଅଧିକ ଆଲୋଚନା କରିପାରନ୍ତି ।

ରାଜସ୍ଥାନ ଏବଂ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପଦ ନେଇ ସଂକଟ ଜାରି ରହିଛି । ରାହୁଲ ଗାନ୍ଧୀ ରାଜସ୍ଥାନ ପାଇଁ ନିଯୁକ୍ତ କରାଯାଥିବା ପର୍ଯ୍ୟବେକ୍ଷକ କେସି ବେଣୁଗୋପାଳ ଓ ପ୍ରଭାରୀ ସାଧାରଣ ସଂପାଦକ ଅବିନାଶ ପାଣ୍ଡେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରୁଥିବା ଅଶୋକ ଗହଲୋତ ଏବଂ ସଚିନ ପାଇଲଟଙ୍କୁ ଭେଟିଛନ୍ତି ।  ଏହାରି ମଧ୍ୟରେ କିଛି ସ୍ଥାନରେ ସମର୍ଥକମାନେ ହଙ୍ଗାମା ଆରମ୍ଭ କରି ଦେଇଛନ୍ତି । ଅନ୍ୟପକ୍ଷରେ ପରିସ୍ଥିତି ଶାନ୍ତ କରିବାକୁ ପାଇଲଟ ଏବଂ ଗହଲୋତ ଅପିଲ କରିଛନ୍ତି ।

 

By amfnews

Related Post