Sat. Mar 7th, 2026

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ କଂଗ୍ରେସ ନେତା ଅଶୋକ ଗେହଲଟ୍‌

534 Views

ଜୟପୁର , ଡିସେମ୍ବର ୧୭ : ସୋମବାର ପୂର୍ବାହ୍ନରେ ତୃତୀୟ ଥର ଲାଗି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି କଂଗ୍ରେସ ନେତା ଅଶୋକ ଗେହଲଟ୍‌। ତାଙ୍କ ସଚିନ ପାଇଲଟ୍‌ଙ୍କୁ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଯାଇଛି। ରାଜ୍ୟପାଳ କଲ୍ୟାଣ ସିଂହ ସେମାନଙ୍କୁ ଶପଥ ପାଠ କରାଇଛନ୍ତି।

ଗେହଲଟ୍‌ ମରୁ ରାଜ୍ୟର କର୍ଣ୍ଣଧାର ଭାବେ ଦାୟିତ୍ୱ ଗ୍ରହଣ କରିବା ନିମନ୍ତେ ଜୟପୁରର ଐତିହାସିକ ଆଲବର୍ଟ ହଲ୍‌ରେ ଆୟୋଜିତ ଶପଥ ଗ୍ରହଣ ସମାରୋହ ଉତ୍ସବରେ ଉପସ୍ଥିତ ବହୁ କଂଗ୍ରେସ ନେତାଙ୍କ ମଧ୍ୟରେ ଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ।

By amfnews

Related Post