Sun. Mar 8th, 2026

ରାଜସ୍ଥାନର ଜୁଆ ବଜାରରେ ବାଜି: ଭାଜପାକୁ ୨୫୦ ଏବଂ ଏନଡିଏକୁ ୩୦୦ ଲୋକସଭା ଆସନ

232 Views

ଜୈସଲମେର: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ଜୁଆ ବଜାରରେ ଆଗାମୀ ସରକାର କାହାର ହେବ ବୋଲି ବାଜି ଲାଗିିଛି। ବିଶେଷକରି ଏନଡିଏ ଉପରେ ବାଜି ଲାଗିଥିବା କୁହାଯାଉଛି। ଜୁଆ ବଜାରର ଆକଳନ ଅନୁଯାୟୀ ବାଲାକୋଟ୍‌ର ବିମାନ ଆକ୍ରମଣପରେ ଭୋଟରମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଉଜ୍ଜ୍ୱଳମୟ ହୋଇଛି।

ଯୋଧପୁର ନିକଟସ୍ଥ ପ୍ୟାଲୋଡିର ଜୁଆ ବଜାରରେ ୨୦୧୯ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୫୦ରୁ ଅଧିକ ଆସନ ଜିତିବ ଓ ଏନଡିଏ ୩୦୦ ସଂଖ୍ୟା ପାର କରିବ। ଏହି ଜୁଆ ବଜାରରେ କଂଗ୍ରେସକୁ କମ୍‌ ଆସନ ଦିଆଯାଇଛି। କଂଗ୍ରେସ ଆଗାମୀ ନିର୍ବାଚନରେ ୭୨ରୁ ୭୪ଟି ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଇଛି।

ରାଜସ୍ଥାନରେ ଥିବା ମୋଟ୍‌ ୨୫ଟି ଲୋକସଭା ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ୧୮ରୁ ୨୦ଟି ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଯୋଗୁଁ ଏଭଳି ହେବ ବୋଲି କୁହାଯାଉଛି।

By amfnews

Related Post