156 Views
ଭୁବନେଶ୍ୱର, ଅକ୍ଟୋବର ୧୧ : ପୋଲିସ ନିଷ୍କ୍ରିୟତାର ସୁଯୋଗ ନେଇଛନ୍ତି ଲୁଟେରା । ରାଜଧାନୀରେ ବଢୁଛି ଲୁଟେରାଙ୍କ ରାଜ । କରୋନା ମହାମାରୀ ସମୟରେ ସହରର ବିଭିନ୍ନ ସ୍ଥାନରେ ହେଉଛି ଲୁଟ୍ । ଲଗାତାର ଭାବେ ବ୍ୟାଙ୍କ ଓ ଏଟିଏମରୁ ଲୁଟ୍ ହେଉଛି । ଗତକାଲି ବିଲମ୍ୱିତ ରାତିରେ ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ଗ୍ୟାସ କଟର ସହାୟତାରେ ଏଟିଏମ ସଟର କାଟି ଟଙ୍କା ଲୁଟ୍ କରିନେଇଥିବା ଦେଖିବାକୁ ମିଳିଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦତନ୍ତ ଆରମ୍ଭ କରିଛନ୍ତି । ଏନେଇ ଇନଫୋସିଟି ଥାନାରେ ଏକ ମାମଲା ରୁଜୁ ହୋଇଛି । ପୂର୍ବରୁ ମଧ୍ୟ ସମ୍ପୃକ୍ତ ଏଟିଏମରୁ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଏହା ପୂର୍ବରୁ ବରିମୁଣ୍ଡରୁ ମଧ୍ୟ ନକଲି ବନ୍ଧୁକ ଦେଖାଇ ଏକ ବ୍ୟାଙ୍କ ଲୁଟ୍ ହୋଇଥିଲା । ରାଜଧାନୀରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା କମିଶନରେଟ ପୋଲିସ ଲୁଟେରାଙ୍କ ସୁରାକ କିଭଳି ପାଉ ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । ତେବେ ରାଜଧାନୀରେ ଗଳିକନ୍ଦିରେ ନାଇଟ୍ ପେଟ୍ରୋଲିଂ କିଭଳି ହେଉଛି ତାହା ଏଭଳି ଘଟଣାକୁ ଦେଖିଲେ ଜଳଜଳ ଜଣାପଡୁଛି ।