Thu. Jan 16th, 2025

ରାଜଧାନୀରୁ ବେଆଇନ ମୁଦ୍ରା ଜବତ ଘଟଣାରେ ତଦନ୍ତ କରିବ ପୋଲିସ

By amfnews Jan 16, 2019 #Featured
277 Views

ଭୁବନେଶ୍ୱର, ଜାନୁଆରୀ ୧୬  : ରାଜଧାନୀରେ କଳାବଜାର ବଢିବାରେ ଲାଗିଛି । ଏହିକ୍ରମରେ ଗତକାଲି କୋଲକାତାରୁ ଭୁବନେଶ୍ୱର ଚାଲାଣ ହେଉଥିବା ୨୦ ବସ୍ତା ବେଆଇନ ମୁଦ୍ରାକୁ ଆୟକର ବିଭାଗ ଜବତ କରିଥିଲା ।  ତେବେ ବସ ଓ ଛାତ ଉପରୁ ଜବତ ହୋଇଥିବା ମୁଦ୍ରାବସ୍ତା ସଂଖ୍ୟା ୨୦ ରୁ ୪୬କୁ ବୃଦ୍ଧି ହୋଇଛି । ଏନେଇ କୋ÷ଣସି ଅପରାଧିକ ଦିଗର ସୁରାକ ମିଳିଲେ ପୋଲିସ ତଦନ୍ତ କରିବ ବୋଲି ଡ଼ିଜିପି ସୂଚନା ଦେଇଛନ୍ତି ।

ଉଲ୍ଲେଖେଯାଗ୍ୟ, ଗତକାଲି ରାଜଧାନୀର ସତସଙ୍ଗ ବିହାର ଏବଂ ବରମୁଣ୍ଡା ବସ ଷ୍ଟାଣ୍ଡରେ ଆୟକର ବିଭାଗ ଚଢଉ କରିବା ପରେ ୨୦ ବସ୍ତା ବେଆଇନ ମୁଦ୍ରା ଜବତ କରାଯାଇଥିଲା । ଏହି ମୁଦ୍ରାକୁ ୨ଟି ବସ୍ ଚାଲଣ କରୁଥିବା ସମୟରେ ଆୟକର ଏବଂ ଜିଏସଟି ବିଭାଗ ଚଢଉ କରିଥିଲା । ବିନା ବିଲରେ ଜିଏସଟିକୁ ଫାଙ୍କି ଯାଉଥିବା ବେଳେ ଆୟକର ବିଭାଗ ନଜରରେ ପଡିଥିଲା । ଫଳରେ ପୁଲିସ ଏବେ ତନାଘନା ତଦନ୍ତ ଆରମ୍ଭ କରିଛି ।

By amfnews

Related Post