ଭୁବନେଶ୍ୱର ରାଜଧାନୀ ଭାବେ ୭୦ ବର୍ଷ ପୂରଣ କରି ୭୧ ବର୍ଷରେ ପଦାର୍ପଣ କରିଛି । ଚଳିତବର୍ଷ ୩ ଦିନ ବ୍ୟାପୀ ପାଳନ କରାଯାଉଛି ଏହି ପ୍ରତିଷ୍ଠା ଦିବସ । ସଚିବାଳୟ ନିକଟ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖରେ ସ୍ୱତନ୍ତ୍ର ଉତ୍ସବମାନର ଆୟୋଜନ କରାଯାଇଛି । ଏଥିନିମନ୍ତେ ଆଜି ରବୀନ୍ଦ୍ର ମଣ୍ଡପ ଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବେସାମରିକ ପରେଡ୍ ମଧ୍ୟ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବାଚସ୍ପତି ପ୍ରଦୀପ ଅମାତ ଅଭିବାଦନ ଗ୍ରହଣ କରିଥିଲେ ।
ରାଜଧାନୀ ପ୍ରତିଷ୍ଠା ଦିବସ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି କି ବିକାଶ ପଥରେ ସମସ୍ତଙ୍କୁ ଅଂଶୀଦାର କରି, ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେଇ ଉନ୍ନତ ଭିତିଭୂମି ଦ୍ୱାରା ଭୁବନେଶ୍ୱରକୁ ଏକ ବସବାସ ଉପଯୋଗୀ ଗ୍ଲୋବାଲ ସିଟି ଭାବେ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରିବେ । ସେହିପରି ରାଜଧାନୀ ପ୍ରତିଷ୍ଠା ଦିବସର ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରି ଏହାର ଶୁଭେଚ୍ଛା ଜଣାଇଛନ୍ତି ।
592 Views