Sat. Mar 7th, 2026

ରାଜଧାନିର ନୟାପଲ୍ଲୀରେ ହତ୍ୟାକାଣ୍ଡ

217 Views

ଭୁବନେଶ୍ୱର : ଭୁବନେଶ୍ୱରର ନୟାପଲ୍ଲୀରେ ବିଳମ୍ବିତ ରାତିରେ ଘଟିଛି ହତ୍ୟାକାଣ୍ଡ। ହତ୍ୟାକାଣ୍ଡ ପରେ ମୃତଦେହ ଆଇଆରସି ଭିଲେଜ ହାଇସ୍କୁଲ ପଡିଆ ପଛପଟେ ପଡିଥିବା ସକାଳୁ ଦେଖିବାକୁ ମିଳିଛି। ମୃତଦେହ ନିକଟରେ ଏକ ମୋବାଇଲ ମଧ୍ୟ ପଡିଛି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। କେହି ହତ୍ୟା କରି ମୃତଦେହ ଏଠାରେ ଫୋପାଡ଼ି ଦେଇଥିବା ପୁଲିସ ଅନୁମାନ କରୁଛି।

By amfnews

Related Post