Tue. May 6th, 2025

ରାଉରକେଲା: ହଷ୍ଟେଲରେ ଆତ୍ମହତ୍ୟା କଲେ ପାଥୋଲୋଜୀ ଛାତ୍ରୀ

By amfnews Dec 27, 2018 #Featured
300 Views

ରାଉରକେଲା : ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌, ରାଉରକେଲା)ର ଜଣେ ପାଥୋଲୋଜୀ ଛାତ୍ରୀ ବୁଧବାର-ଗୁରୁବାର ରାତି ହଷ୍ଟେଲ ରୁମ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆସାମର ଝିଅ ଡେକାରାଜା (୨୬) ସେକ୍ଟର-୫ ସ୍ଥିତ ଭାଇଜାଗ ହଷ୍ଟେଲରେ ରହୁଥିଲେ। ରାତି ପ୍ରାୟ ୩ଟା ପରେ ଛାତ୍ରୀ ଆତ୍ମହତ୍ୟା କରିଥାଏ ବୋଲି ପୁଲିସ କହିଛି।

ପୁଲିସ କହିବା ଅନୁସାରେ ଆଜି ଅପରାହ୍ନରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ତରଫରୁ ହୋଷ୍ଟେଲର ଏକ ରୁମ ବନ୍ଧ ଥିବା ନେଇ ସୂଚନା ମିଳିଥିଲା। ଏହା ପରେ ସେକ୍ଟର-୭ ଓ ସେକ୍ଟର-୧୯ ପୁଲିସ ଘଟଣାସ୍ଥଳରେ ପହଂଚି ହଷ୍ଟେଲ ରୁମ ଭିତରକୁ ପ୍ରବେଶ କଲା ବେଳକୁ ଛାତ୍ରୀ ଜଣକ ଫଙ୍ଖାରେ ମୃତ ଅବସ୍ଥାରେ ଝୁଲୁଥିଲା। ପୁଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

ପ୍ରସ୍ତାବିତ ବିବାହ ହୋଇପାରେ ମୃତ୍ୟୁର କାରଣ

ଆଗାମୀ ଜାନୁଆରି ୧୮ରେ ଡେକାରାଜାର ବିବାହ ଥିଲା। ବିବାହ ପାଇଁ ସେ କିଛି ଦିନ ପରେ ଆସାମ ଯିବାର ଥିଲା। ସମ୍ଭବତଃ ସେ ପିତାମାତାଙ୍କ ଦ୍ୱାରା ପ୍ରସ୍ତାବିତ ବିବାହକୁ ବିରୋଧ କରୁଥିଲା। ମାତ୍ର ପିତାମାତାଙ୍କୁ ଜବାବ ଦେଇ ପାରୁ ନଥିଲା। ପୁଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଦ୍ୱିତୀୟ ବର୍ଷର ଛାତ୍ରୀ ଡେକାରାଜା ରାଉରକେଲାର ଏକ ପୁଅକୁ ଭଲ ପାଉଥିଲା। ସେଥିପାଇଁ ସେ ପିତାମାତାଙ୍କ ଦ୍ୱାରା ପ୍ରସ୍ତାବିତ ବିବାହକୁ ନେଇ ଚିନ୍ତା କରିଥାଇ ପାରେ।

ହଷ୍ଟେଲର ଛାତ୍ରୀମାନଙ୍କ କହିବା ଅନୁସାରେ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ଡେକାରାଜା ସହିତ ପାଠପଢ଼ା ଓ ଖାଇବା-ପିଇବା କରିଥିଲେ। ଶୋଇବା ପୂର୍ବରୁ ଡୋକାରାଜା କହିଥିଲା, ମୋର ଦେହ ଅସୁସ୍ଥ ଅଛି ଏବଂ ଆସନ୍ତାକାଲି ମୁଁ କ୍ଲାସ ଯାଇପାରିବି ନାହିଁ। ସକାଳୁ କ୍ଲାସ କରିବାକୁ ଯାଇ ସପପାଠୀମାନେ ଅପରାହ୍ନରେ ଆସିବା ପରେ ଡେକାରାଜାର କୋଠରି ଭିତର ପାର୍ଶ୍ୱରୁ ବନ୍ଦ ଥିଲା। ଏହା ପରେ ଛାତ୍ରୀମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

By amfnews

Related Post