Sat. Mar 7th, 2026

ରାଉରକେଲା: ରେଳ ଧାରଣାରେ ଫାଟ; ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତିଲା ଟାଟା-ଆଲେପ୍ପି ଏକ୍ସପ୍ରେସ୍‌

228 Views

ରାଉରକେଲା: ରବିବାର ସକାଳ ପ୍ରାୟ ୭: ୩୫ ମିନିଟ୍‌ ସମୟରେ ରାଉରକେଲା ଠାରୁ ୧୦ କିଲୋମିଟର ଦୂରବର୍ତ୍ତୀ ବନ୍ଧମୁଣ୍ଡା ଡିଜେଲ୍‌ କଲୋନି ଅଞ୍ଚଳର ‘କେ’ କେବିନ୍‌ ଅଞ୍ଚଳ ଦେଇ ଯାଇଥିବା ରେଳଧାରଣା ଫାଟି ଯାଇଥିବା ଦେଖି ଜଣେ ଗ୍ୟାଙ୍ଗ୍‌ମ୍ୟାନ୍‌ ଟ୍ରେନ୍‌ ଅଟକାଇ ସମ୍ଭାବ୍ୟ  ଦୁର୍ଘଟଣା ଏଡ଼ାଇବାରେ ସମର୍ଥ ହୋଇଛନ୍ତି।

ଧାରଣାରେ ଫାଟ ଦେଖିଥିବା ଗ୍ୟାଙ୍ଗ୍‌ମ୍ୟାନ୍‌ଜଣକ ଲାଲ୍‌ ପତାକା ହଲାଇ ରାଉରକେଲା ମଧ୍ୟ ଦେଇ ଟାଟା ଅଭିମୁଖେ ଯାଉଥିବା ଟାଟା-ଆଲେପ୍ପି ଏକ୍‌ସ୍‌ପ୍ରେସ୍‌ ଟ୍ରେନ୍‌କୁ ଅଟକାଇ ଥିଲେ। ଫାଟି ଯାଇଥିବା ଧାରଣାର ମରାମତି ଅର୍ଥାତ୍‌ ପ୍ଲେଟ୍‌ ଲଗାବାକୁ ପ୍ରାୟ ୧୦/୧୫ ମିନିଟ୍‌ ଲାଗିଥିଲା।ଏହା ପରେ ସମ୍ପୃକ୍ତ ଟ୍ରେନ୍‌ ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

By amfnews

Related Post