Mon. Dec 23rd, 2024

ରାଉରକେଲା ମହାବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳିତ

By amfnews Dec 5, 2018 #Featured
151 Views

ରାଉରକେଲା, ଡିସେମ୍ବର ୦୫ :  ସେକ୍ଟର-୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ରେଡ୍କ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି ।

ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ସୁବାଷ ଚନ୍ଦ୍ର କାରୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାବିଦ୍ୟାଳୟର ୩୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଶୋଭାଯାତ୍ରା ସେକ୍ଟର-୪ରୁ ବାହାରି ସେକ୍ଟର-୩ ଓ ୫ରେ ଥିବା ବସ୍ତିର ଜନସାଧାରଣଙ୍କୁ ଏଡ୍ସ ସମ୍ବନ୍ଧୀୟ କାରଣ ଓ ନିରାକରଣ ସମ୍ପର୍କରେ ଅବଗତ କରାଇଥିଲେ । ଶୋଭାଯାତ୍ରା ସମ୍ପନ୍ନ ପରେ ମହାବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସର ଆଭିମୁଖ୍ୟ ଉପରେ ପର୍ଯ୍ୟବେଷିତ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଚେତନତା ସଭା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ସୁବାଷ ଚନ୍ଦ୍ର କାରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ସଭାରେ ସୁବର୍ଣ୍ଣପୁର ଜିଲାର ପ୍ରାକ୍ତନ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ତଥା ରାଉରକେଲା ହାଇଟେକ୍ ମେଡିକାଲ କଲେଜରେ କାର୍ଯ୍ୟରତ ଡାକ୍ତର ପି.ସି. କିସାନ ମୁଖ୍ୟ ପରାମର୍ଶଦାତା ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଏଡ୍ସ ସମ୍ବନ୍ଧୀୟ ଭୟାବହତା ଓ ଏହାର କାରଣ ଏବଂ ନିରାକରଣ, ସୃଷ୍ଟି ଓ ବିଲୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରାଧ୍ୟାପକ ଡ.ସୁବ୍ରତ କୁମାର ସାମଲ, ଡ.ରବୀନ୍ଦ୍ର କୁମାର ଜେନା, ରେଡ୍କ୍ରସ୍ର ଉପସଭାପତି ଭାରତୀ ବରୁୱା, ଶକ୍ତି ପ୍ରସାଦ କବିଶତପଥୀ, ତରଣୀ ନାୟକ, ଅନୁପ ଏକ୍କା, ବୈଜୟନ୍ତୀ ବାରିକ ଓ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହି ଏଡ୍ସ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟାମାନ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟ ଅଧ୍ୟାପକ ବନବିହାରୀ କିସାନ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଧନ୍ୟବାଦ ଦେଇଥିଲେ ।

By amfnews

Related Post