Sun. Nov 24th, 2024

ରାଉରକେଲା ପ୍ରଗତି ସ୍କୁଲର ବାର୍ଷିକ କ୍ରୀଡ଼ା

By amfnews Dec 15, 2018 #Featured
567 Views

ରାଉରକେଲା, ୧୪ା୧୨ : ଜଗଦା ସ୍ଥିତ ପ୍ରଗତି ବିଦ୍ୟାମନ୍ଦିର ୪୦ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ଉତ୍ସବକୁ ନୀଳଶୈଳ କଲେଜ ଅଧ୍ୟାପକ ବରଦା ପ୍ରସାଦ ଦାସ ଉଦ୍ଘାଟନ କରିଥିବା ବେଳେ ଏନ୍ଆଇଟି ପ୍ରଫେସର ଡା. କିଷନଜିତ ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଉଭୟ ଅତିଥି ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ କ୍ରୀଡ଼ା ବିନା ଶିକ୍ଷା ସମ୍ପୂର୍ଣ୍ଣ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ । ସ୍କୁଲ୍ ପରିଚାଳନା କମିଟିର ସଞ୍ଜୀବ ମହାନ୍ତି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସଦସ୍ୟ ପୀତାମ୍ବର ନାୟକ ଉଦ୍ଯାପନୀ ଉତ୍ସବ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଅବସରରେ କାହ୍ଲା ଖାଲ୍ଖୋ, ବିନୋଦ ଦୀପ, ମାର୍କସ କେର୍କେଟା ପ୍ରମୁଖ ମଂଚାସୀନ ଥିଲେ ।

ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ନରହରି ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପିରାମିଡ଼, ଏରୋବିକସ, ମାର୍ଚ୍ଚଫାଷ୍ଟ, ମାସ୍ଡ୍ରିଲ ଆଦି ପ୍ରଦର୍ଶନ କରାଯାଇଥିଲା । ପ୍ରଧାନଶିକ୍ଷକ ହୃଷିକେଶ ନାୟକ, ଯଦୁନାଥ ଜେନା, ମିନତି ଦାଶ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

By amfnews

Related Post