Sun. Mar 8th, 2026

ରାଉରକେଲା ଇସ୍ପାତ କାରଖାନା ସମ୍ମୁଖରେ ବିକ୍ଷୋଭ

131 Views

ରାଉରକେଲା : କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ଓ ୱେଜ ବୋର୍ଡ ନୀତିକୁ ବିରୋଧ କରି ସିଆଇଟିୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ସିଆଇଟିୟୁ ସଦସ୍ୟମାନେ ଦଳୀୟ ପତାକା ଧରି ସ୍ଲୋଗାନ ଦେଇଥିଲେ । କେନ୍ଦ୍ର ସରକାର ଯଦି ନିୟମ ପରିବର୍ତ୍ତନ ନ କରନ୍ତି ତେବେ ଆଗାମୀ ଦିନରେ କଡା ବିରୋଧ କରାଯିବ ବୋଲି ସିଆଇଟିୟୁ ପକ୍ଷରୁ କୁହାଯାଇଛି।

ସିଆଇଟିୟୁର ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତି କହିଛନ୍ତି,“ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ, ଇଏସ୍‌ଆଇ, ଇପିଏଫ୍ ଆକ୍ଟ ସମେତ ୧୩ ଟି ଆଇନରେ କେନ୍ଦ୍ର ସରକାର ପରିବର୍ତ୍ତନ ଆଣିଛନ୍ତି। ଏହା ବିରୋଧରେ ସମଗ୍ର ଦେଶରେ ଶ୍ରମିକମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

କେନ୍ଦ୍ର ସରକାର ଚାରୋଟି କୋଡ୍‌ରେ ଥିବା ୪୪ଟି ଆଇନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ଏହା ବିରୋଧରେ ଆମେ ଆନ୍ଦୋଳନ ଜାରି ରଖିବୁ। ମୋଦି ସରକାରଙ୍କ ଏହି ଶ୍ରମିକ ବିରୋଧି ପଦକ୍ଷେପ ବିରୋଧ କରିବାକୁ ସମସ୍ତଙ୍କୁ ଅବଗତ କରାଉଛୁ।”

By amfnews

Related Post