Fri. Mar 6th, 2026

ରାଉରକେଲା ଅଭିଭାବକ ସଂଘ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଦାବି

309 Views

ରାଉରକେଲା, ୨୧/୭ : ଭଦ୍ରକର ରାହାଞ୍ଚା ସ୍ଥିତ ଜାତୀୟ ରାଜପଥରେ ସ୍କୁଲରୁ ଛୁଟି ହୋଇ ଘରକୁ ଫେରୁଥିବା କୋମଳମତି ନୀରିହ ୫ ଜଣ ଛାତ୍ରଛାତ୍ରୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାରୁ ରାଉରକେଲା ଅଭିଭାବକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏଥିସହ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ପାଇଁ ଉଦ୍ବେଗ ପ୍ରକାଶ କରାଯାଇଛି ।

ସଂଘ ସଭାପତି ସୁରେନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ନିକଟରେ ଦୃଢ ଦାବି କରାଯାଇଛି । ବିଶେଷ କରି ସ୍କୁଲ ଯିବା ଆସିବା ସମୟରେ ଓ ଛୁଟି ସମୟରେ ଟ୍ରାଫିକ ନିୟନ୍ତ୍ରଣ, ଭାରୀଯାନର ଚଳାଚଳ ବନ୍ଦ, ଅଟୋ ରିକ୍ସାରେ ସର୍ବାଧିକ ୬ ଜଣ ଛାତ୍ରଛାତ୍ରୀଙ୍କୁ ନେବା ଆଣିବାକୁ କଡାକଡି ନିୟମ କରିବା, ଛାତ୍ରଛାତ୍ରୀଙ୍କୁ ନେବାଆଣିବା କରୁଥିବା ବସ୍ ଓ ଅଟୋରିକ୍ସାର ଫିଟ୍ନେସ୍ ଯାଞ୍ଚ କରିବା ଆଦି ପାଇଁ ରାଉରକେଲା ଅଭିଭାବକ ସଂଘ ପକ୍ଷରୁ ନିହାର ରଞ୍ଜନ ସାମଲ, ପି.କେ. ତ୍ରିପାଠୀ, ରଜତ ମହାପାତ୍ର, ସନ୍ତୋଷ ବିଶ୍ୱାଳ,   ତ୍ରିନାଥ ନାୟକ, ରମାକାନ୍ତ ପରିଡା, କୁନ୍ଦୁରୁ କିସାନ, କେ.କେ. ଲାକ୍ରା, ଇନ୍ଦ୍ରମଣି ବାରିହା ପ୍ରଭୃତି ଜିଲା ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Related Post