Sun. Dec 29th, 2024

ରାଉରକେଲାରେ ମୁକ୍ତିକାନ୍ତଙ୍କୁ ସିପିଆଇ (ଏମ୍) ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ

rklsanchar@gmail.com' By J.N. Pradhan Jul 9, 2018 #Featured
119 Views

ରାଉରକେଲା, ୯/୭: ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚ୍କୁ ସୁପର ସ୍ପେସାଲିଟି ହସ୍ପିଟାଲ ଏବଂ ମେଡିକାଲ କଲେଜରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଦେବା ପାଇଁ ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଦୀର୍ଘ ୧୫୫୦ କିଲୋ ମିଟର ଦୂର ପଦଯାତ୍ରା କରି ପ୍ରାୟ ୭୧ ଦିନ ପରେ ଦିଲ୍ଲୀରେ ପହଞ୍ôଚଥିଲେ । ଦିଲ୍ଲୀରେ ପହଞ୍ôଚବା ପରେ ସେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସରକାରୀ ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରାଇ ଦେବାକୁ ସହଯୋଗ ମାଗିଥିଲେ ।

କିନ୍ତୁ ଦୁଃଖର ବିଷୟ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁକ୍ତିକାନ୍ତଙ୍କୁ ସହଯୋଗ କରିବା ପରିବର୍ତ୍ତେ ରାଜନୈତିକ ମୋହରା, ପଦଯାତ୍ରା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହି ମୁକ୍ତିକାନ୍ତଙ୍କ ଦୁଃସାହସିକ ପଦଯାତ୍ରାକୁ ତାତ୍ସଲ୍ୟ କରି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରାଇବା ସମ୍ପର୍କରେ କୌଣସି ସହଯୋଗ କରିପାରିବେ ବୋଲି ରୋକ୍ଠୋକ୍ ଶୁଣାଇଥିଲେ । ମୁକ୍ତିକାନ୍ତ ମନ୍ତ୍ରୀଙ୍କ ଏଭଳି ବ୍ୟବହାରରେ ମର୍ମାହତ ହୋଇଥିଲେ ମଧ୍ୟ ଯେଉଁ ଗୁରୁଦାୟିତ୍ୱ ନେଇ ସେ ରାଉରକେଲାରୁ ଦୀର୍ଘ ପଥ ପଦଯାତ୍ରା କରି ଆସିଛନ୍ତି ତାହା ସଫଳ ନ ହେବା ପର୍ଯ୍ୟନ୍ତ ସେଥିରୁ ଓହରିବେ ନାହିଁ ବୋଲି ଶପଥ ନେଇ ପ୍ରଥମେ ଯନ୍ତରମନ୍ତର ଓ ପରେ ରାମଲୀଲା ମଇଦାନରେ ଅନଶନ କରିଥିଲେ ।

ଏହି ଘଟଣାରେ ସ୍ଥାନୀୟ ସାଂସଦ ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ମନ୍ତ୍ରୀଙ୍କ ପାଖରେ ମୁକ୍ତିକାନ୍ତଙ୍କ ମନର କଥା ପହଞ୍ôଚପାରିଲା ନାହିଁ । ଶେଷରେ ଅନଶନର ୪ର୍ଥ ଦିବସରେ ଦିଲ୍ଲୀ ପୁଲିସ୍ର ଧମକ, ଅତ୍ୟାଚାର ଓ ସ୍ୱାସ୍ଥ୍ୟାରେ ଦ୍ରୁତ ଅବନତି ଯୋଗୁ ମୁକ୍ତିକାନ୍ତ ଅନଶନ ଭଙ୍ଗ କରି ରାଉରକେଲା ଫେରିବାକୁ ପଡିଥିଲା । ଆଜି ସକାଳେ ମୁକ୍ତିକାନ୍ତ ରାଉରକେଲା ରେଳ ଷ୍ଟେସନରେ ପହଞ୍ôଚବା ପରେ ସିପିଆଇ (ଏମ୍) ରାଉରକେଲା ଓ ରଘୁନାଥପାଲୀ ଆଞ୍ଚଳିକ କମିଟି ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ସହ ସୁନ୍ଦରଗଡ ଜିଲା ତଥା ରାଉରକେଲା ଜନସାଧାରଣଙ୍କ ବହୁ ପ୍ରତୀକ୍ଷିତ ଦାବି ହାସଲ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନକୁ ବଜାୟ ରଖିବାକୁ ମୁକ୍ତିକାନ୍ତଙ୍କୁ ଆହ୍ୱାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଉରକେଲା ଆଞ୍ଚଳିକ କମିଟି ସମ୍ପାଦକ ବି.ପି. ମହାପାତ୍ର, ରାଜକିଶୋର ପ୍ରଧାନ, ବିଶ୍ୱଜିତ ମାଝି, ଅରିନ୍ଦମ ଦତ୍ତ, ଚନ୍ଦ୍ରଭାନୁ ଦାସ, ଦିବାକର ମହାରଣା, ପ୍ରଦୀପ ସେଠୀ, ବୁବୁନ ମାଇତି, ରୁଷି ଜେନା, ଅମରେଶ ରାୟ, ରଘୁନାଥପାଲୀ ଆଞ୍ଚଳିକ କମିଟି ଆବାହକ ଅରୁ ଦାସ, କିଶୋର ତନ୍ତୀ, ବିନୟ ବେଉରିଆ ପ୍ରମୁଖ ମୁକ୍ତିକାନ୍ତଙ୍କୁ ସ୍ୱାଗତ ଜଣାଇବା ସହ ସେକ୍ଟର-୨ ସ୍ଥିତ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ୍ ହୋଇଥିଲେ ।

Related Post