Mon. Jun 9th, 2025

ରାଉରକେଲାରେ ଦୁର୍ଗାପୂଜା ପ୍ରସ୍ତୁତି: ଡିଜେ ଓ ଅଶ୍ଳୀଳ ସଙ୍ଗୀତ ଉପରେ ପ୍ରଶାସନର କଟକଣା

By amfnews Oct 7, 2018 #Featured
332 Views

ରାଉରକେଲା, ୭ା୧୦  : ଉଦିତନଗରସ୍ଥିତ ଆଇଟିଡିଏ ହଲ୍ରେ ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ସହରରେ କିଭଳି ଶାନ୍ତି ଶୃଙ୍ଖଳାର ସହ ମା’ଙ୍କ ପୂଜା ସମାପନ ହେବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ରାଉରକେଲା ଏସ୍ପି ଡ.ଉମାଶଙ୍କର ଦାଶ, ପାନପୋଷ ଏସ୍ଡିପିଇଓ ପଦ୍ମିନୀ ସାହୁ, ଅତିରିକ୍ତ ଏସ୍ପି ପି.କେ ମିଶ୍ର ଓ ଏସ୍. ପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ସହରରେ ଦୁର୍ଗାପୂଜାକୁ ସରସ ଓ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ବିଦ୍ୟୁତ ବିଭାଗ, ପିଏଚଡି, ଓଡ଼ିଶା ଅଗ୍ନିଶମ ବିଭାଗକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୂଜା ଦେଖିବାକୁ ଆସୁଥିବା ସହରବାସୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ସହରରେ ଅଧିକ ବାଇକ ପାଟ୍ରୋଲିଂ କରାଯିବାକୁ ନିଷ୍ପତ୍ତି ହେ।।ଇଛି । ପୂଜା ମଣ୍ଡପରେ କୌଣସି ଡିଜେ ସାଉଣ୍ଡ କିମ୍ବା ଅଶ୍ଳୀଳ ସଙ୍ଗୀତ ପରିବେଷଣକୁ କଟକଣା କରାଯାଇଛି ।

ଏଥିସହ ପ୍ରତ୍ୟେକ ପୂଜା ପେଣ୍ଡାଲରେ ସିସିଟିଭି ଲଗାଯିବାକୁ ନିଷ୍ପତ୍ତି ହୋଇଛି । ଚଳିତବର୍ଷ ସହରରେ ୧୧୬ଟି ମେଢ଼ ହେଉଥିବା ବେଳେ ଭସାଣି ସମୟରେ କୌଣସି ଅପ୍ରୀତିକର ପରିବେଶ ସୃଷ୍ଟି ନହୁଏ ସେନେଇ ପୁଲିସ ପ୍ରଶାସନକୁ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଆର୍ଏସ୍ପି ଏରିଆରେ ହେଉଥିବା ପୂଜା ମଣ୍ଡପ ଆଖାପାଖରେ କୌଣସି ଅଳିଆ ଆବର୍ଜନା ନକରିବାକୁ ପୂଜା କମିଟି ପକ୍ଷରୁ ଦାବି ହୋଇଛି ।

ସହରରେ ଥିବା ସମସ୍ତ ପୂଜା କମିଟିର ସୁବିଧା ଅସୁବିଧା ସମ୍ପର୍କରେ କେନ୍ଦ୍ରୀୟ ପୂଜା କମିଟି ସହ ଆଲୋଚନା କରି ଉଚିତ ପଦକ୍ଷେପ ନେବାପାଇଁ ଏଡିଏମ୍ ମୋନିଷା ବାନାର୍ଜୀ କହିଛନ୍ତି । ଏହି ବୈଠକରେ କେନ୍ଦ୍ରୀୟ ପୂଜା କମିଟିର ସାଧାରଣ ସମ୍ପାଦକ ଚୌଧୁରୀ ବିଜୟ କୁମାର ପଟ୍ଟନାୟକ, ଆଇନଜୀବୀ ସୁଦାମ ଦାଶ, ବରିଷ୍ଠ ନେତା ନିହାର ରାୟ, ମୁରଲୀଧର ମିଶ୍ର, ଗୋପାଳ ନାୟକ, ଦୀପକ ତିୱାରୀ, ସୁମନ ସିଂ, ଲାଲ ମୋହନ ରାଉତ, ମନୋରଞ୍ଜନ ସ୍ୱାଇଁ, ମହମ୍ମଦ ସମୀମ, ଶ୍ରୀବତ୍ସ୍ୟ କୁଅଁର, କୁଳମଣି ପଣ୍ଡାଙ୍କ ସହ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆର୍ଏମ୍ସି ଓ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ ଭୋଇ ପରିଚାଳନାରେ ସହଯୋଗ କରଥିଲେ ।

By amfnews

Related Post