Fri. Mar 6th, 2026

ରାଉରକେଲାରୁ ଭୁବନେଶ୍ୱର ପଦଯାତ୍ରା କରିବେ ମୁକ୍ତିକାନ୍ତ

346 Views

ରାଉରକେଲା, ୨୦/୭ : ରାଉରକେଲା ନିକଟସ୍ତ ପାନପୋଷଠାରେ ଥିବା ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ ସ୍ଥାପନା କରିବା ଏବଂ ରାଉରକେଲାରେ ଥିବା ସେଲ ଦ୍ୱାରା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପରସ୍ପେସାଲିଟି ହସ୍ପିଟାଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ନିର୍ମାଣ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ସହଯୋଗର କାମନା କରି ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଆସନ୍ତା ୩୦ ଜୁଲାଇରୁ ରାଉରକେଲାରୁ ପଦଯାତ୍ରାରେ ବାହାରି ଭୁବନେଶ୍ୱର ଅଭିମୁଖେ ଯିବେ ବୋଲି ପ୍ରକାଶ କରିଛନ୍ତି ।

ଆଜି ଏ ସମ୍ବନ୍ଧରେ ରାଉରକେଲାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଥିଲେ କି ରାଉରକେଲାବାସୀଙ୍କ ବିଭିନ୍ନ ସମସ୍ୟା ସମେତ ବ୍ରିଜର ସ୍ଥାପନା ଏବଂ ମେଡିକାଲ କଲେଜ ସ୍ଥାପନାକୁ ନେଇ ଗତ ଦିନମାନଙ୍କରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ତିତ ଥିବା କାରଣରୁ ସେ ଏହି ସମସ୍ୟା ନେି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ଯାତ୍ରା କରୁଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁକ୍ତିକାନ୍ତଙ୍କ ସହଯୋଗୀ ଗୋପାଳ ଜେନା ଏବଂ ଓକିଲ ସତ୍ୟବ୍ରତ ଓଝା ପ୍ରମୁଖ ଉପସ୍ଥିତ ଥିଲେ ।

Related Post