Fri. Jan 24th, 2025

ରବି ଶାସ୍ତ୍ରୀଙ୍କ କାରଣରୁ ଟିମ୍ ଇଣ୍ଡିଆର ବ୍ୟାଟିଂ ପରାମର୍ଶଦାତା ହେଲେ ନାହିଁ ଦ୍ରାବିଡ଼ !

By amfnews Sep 5, 2018
249 Views

ନୂଆଦିଲ୍ଲୀ,ସେପ୍ଟେମ୍ବର୦୫:

ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଟାର୍ଗେଟରେ ପୁଣି ଥରେ ଅଛନ୍ତି ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ। ସବୁଠୁ ସଫଳ ଭାରତୀୟ ଅଧିନାୟକ ମଧ୍ୟରୁ ଜଣେ ଥିବା ଗାଙ୍ଗୁଲି ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳର ପରାଜୟ ପାଇଁ ଶାସ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ଏହା ସହିତ ସେ ଖୁଲାସା ମଧ୍ୟ କରିଛନ୍ତି ଯେ ଯେବେ ଶାସ୍ତ୍ରୀଙ୍କୁ ମୁଖ୍ୟ କୋଚ୍ କରାଯାଉଥିଲା ସେହି ସମୟରେ ରାହୁଲ ଦ୍ରାବିଡ ଭାରତୀୟ ଦଳର ବ୍ୟାଟିଂ ପରାମର୍ଶଦାତା ହେବାକୁ ପ୍ରସ୍ତୁତ ଥିଲେ।

ଗାଙ୍ଗୁଲି ଇଣ୍ଡିଆ ଟିଭି ସୋ ସମୟରେ କହିଛନ୍ତି ଯେ  ଦ୍ରାବିଡ ଭାରତୀୟ ଦଳର ବ୍ୟାଟିଂ ପରାମର୍ଶଦାତା ହେବାକୁ ପ୍ରସ୍ତୁତ ଥିଲେ ମାତ୍ର ରବି ଶାସ୍ତ୍ରୀଙ୍କ ସହିତ ଆଲୋଚନା ପରେ ସେ ଏହି ପଦକୁ ସ୍ଵୀକାର କରିନଥିଲେ। ଗାଙ୍ଗୁଲି କହିଛନ୍ତି ଯେ ଯେବେ  କ୍ରିକେଟ୍ ପରାମର୍ଶଦାତା ସମିତି(ସିଏସି) ଦ୍ରାବିଡଙ୍କୁ ବ୍ୟାଟିଂ ପରାମର୍ଶଦାତା ପଦ ସମ୍ଭାଳିବାକୁ କୁହାଗଲା ସେହି ସମୟରେ ଦ୍ରାବିଡ଼ ପ୍ରସ୍ତୁତ ଥିଲେ। ମାତ୍ର ଏହା ପରେ ରବି ଶାସ୍ତ୍ରୀଙ୍କ ସହିତ ଦ୍ରାବିଡ଼ଙ୍କ କଣ ଆଲୋଚନା ହେଲା ସେହି ବିଷୟରେ ମୋତେ ଜଣା ନାହିଁ।

କ୍ରିକେଟ୍ ପରାମର୍ଶଦାତା ସମିତିରେ ସାମିଲ ଗାଙ୍ଗୁଲି କହିଛନ୍ତି ଯେ ରାହୁଲ ଦ୍ରାବିଡ଼ ବ୍ୟାଟିଂ ପରାମର୍ଶଦାତା କଣ ପାଇଁ ହେଲେ ନାହିଁ ? ଏହା କହିବା ମୁସ୍କିଲ ଅଟେ। ମାତ୍ର ଯଦି ରବି ଶାସ୍ତ୍ରୀଙ୍କୁ ଏହି ଦାୟିତ୍ଵ ଦିଆଯାଇଛି ତେବେ ତାଙ୍କୁ ନିଜର କର୍ତ୍ତବ୍ୟ ତୁଲାଇବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ୍ ଦଳର କୋଚ୍ ହେବା ପରେ ଦଳର ପ୍ରଦର୍ଶନରେ କୌଣସି ଖାସ୍ ପ୍ରଭାବ ପଡିନାହିଁ। ଭାରତୀୟ ଦଳ କ୍ରମାଗତ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ଟେଷ୍ଟ ସିରିଜରେ ପରାସ୍ତ ହୋଇଛି।

ସିରିଜର ପଞ୍ଚମ ମୁକାବିଲା ସେପ୍ଟେମ୍ବର ୭ରେ ଲଣ୍ଡନର ଓଭାଲରେ ଖେଳାଯିବ। ମାତ୍ର ଏହି ମ୍ୟାଚ୍ ଏବେ ଔପଚାରିକତାରେ ପରିଣତ ହୋଇଛି। କାରଣ ଇଂଲଣ୍ଡ  ଏବେ ସିରିଜରେ ୩-୧ରେ ଅଗ୍ରଣୀ ରହିବା ସହିତ ସିରିଜ୍ ହାତେଇ ସାରିଛି।

 

By amfnews

Related Post