Sun. Mar 8th, 2026

ରଥ ଚକା ତଳେ ଚାପି ହୋଇ ଚାଲିଗଲା ୮ବର୍ଷ ବାଳକର ଜୀବନ

168 Views

ବାଲୁଗାଁ  : ରଥ ଚକା ତଳେ ଚାପି ହୋଇ ଗତକାଲି ଜଣେ ବାଳକର ମୃତ୍ୟୁ ଘଟିଛି। ଏହି ଅଘଟଣ ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁରର ପଲଟଣ ପଡ଼ିଆରେ। ମୃତକ ଜଣଙ୍କ ହେଲେ ଚିଆଙ୍କ ସାହିର ସୁନିଲ ପାତ୍ର। ତାଙ୍କୁ ମାତ୍ର ୮ ବର୍ଷ ହୋଇଥିଲା।

ପଲଟଣ ପଡ଼ିଆରେ ଗତକାଲି ରଥା ଟଣାଯାଉଥିଲା। ଭକ୍ତମାନେ ଜଗନ୍ନାଥଙ୍କ ରଥ ଟାଣି ନେଲାବେଳେ ହଠାତ୍‌ ସୁନୀଲ ରଥ ଚକା ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମସ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ଆଜି ଏହି ଘଟଣାକୁ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ବାଣପୁର ପଲଟଣ ପଡ଼ିଆରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କୁ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏହାସହ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଏହି ଘଟଣା ନେଇ ଆଲୋଚନା ହେଉ ବୋଲି ଦାବି କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି।

By amfnews

Related Post