Mon. Jan 13th, 2025

ରଙ୍ଗଶାଳା ଗୁମର ଖୋଲୁଛି : ଘରବାରି କିସମ ବାରି ହେଲା କିପରି?

By amfnews Nov 25, 2019 #Featured
103 Views

ଯାଜପୁର : ବହୁଚର୍ଚ୍ଚିତ ପିଇଓ ସ୍ମତିରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁର ମୂକସାକ୍ଷୀ ରଙ୍ଗଶାଳା ସ୍ଥାପନର ଗୁମର ଏବେ ପଦାକୁ ଆସିଛି। ରଙ୍ଗଶାଳାକୁ ସୁରକ୍ଷା ଦେବା ପାଇଁ କାଗଜପତ୍ରରେ ହୋଇଛି ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର। ବେଆଇନ୍ ରଙ୍ଗଶାଳାକୁ ନ ଭାଙ୍ଗିବା ପାଇଁ ଜମି କିସମ ଘରବାରିକୁ ବାରି ଦର୍ଶାଯାଇଛି। ସରକାରୀ କାଗଜପତ୍ରରେ ରଙ୍ଗଶାଳା ଭଳି ସୁରମ୍ୟ ଅଟାଳିକା ନାହିଁ ବୋଲି ଦର୍ଶାଯାଇଛି। ଯାହାକି ଏବେ ଖୋଳତାଡ଼ ହେବା ଫଳରେ ଲୋକଲୋଚନକୁ ଆସିଛି।

ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ଅବସ୍ଥାରେ ରଙ୍ଗଶାଳାରେ ମୃତ୍ୟୁ ହୋଇଥିଲା। ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଏଯାଏ ପଦାକୁ ଆସିନି। ଯାହାକୁ ନେଇ ଦିନକୁ ଦିନ ବିଭିନ୍ନ ପ୍ରସଙ୍ଗ ଏହି ଘଟଣା ସହିତ ଯୋଡ଼ି ହେବ‌ାରେ ଲାଗିଛି। ଏହି ରଙ୍ଗଶାଳା ପାଇଁ ରୂପେଶଙ୍କ ଭାଇ ରଜେଶ ଭଦ୍ରଙ୍କ ନାମରେ ଜବରଦଖଲ କେସ ଧର୍ମଶାଳା ତହସିଲରେ କରାଯାଇଛି। ଏପରିକି କାଗଜପତ୍ରରେ ଜରିମାନା ଆଦାୟ ହେବା ସହିତ ଉଚ୍ଛେଦ ହୋଇଯାଇଛି ବୋଲି ଦର୍ଶାଯାଇଛି। ମାତ୍ର ଏଠାରେ ଘର(ରଙ୍ଗଶାଳା) ଥିବା କୌଣସି ଠାରେ ଦର୍ଶାଯାଇ ନାହିଁ। ଏପରିକି କିସମ ଘରବାରିକୁ ବାରି ବୋଲି ଦର୍ଶାଯାଇଥିବା ଅତିରିକ୍ତ ତହସିଲ୍‌ଦାର ଶୀତଳ ଅଗ୍ରୱାଲା କାରଣଦର୍ଶାଅ ନୋଟିସ୍‌ର ଉତ୍ତରରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

ପ୍ରକାଶଥାଉକି, ପିଇଓ ସ୍ମିତରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ପରେ ରଙ୍ଗଶାଳାକୁ ନେଇ ପ୍ରଶ୍ନ ଉଠିଥିଲା। ସରକାରୀ ଜମିରେ ଏହି ବିବାଦୀୟ ରଙ୍ଗଶାଳା କିଭଳି ଗଢ଼ି ଉଠିଥିଲା, ତାହାକୁ ନେଇ ତଦନ୍ତ ବି କରାଯାଇଥିଲା। ଏହି ଘଟଣାରେ ଅତିରିକ୍ତ ତହସିଲ୍‌ଦାର ଶୀତଳ ଅଗ୍ରୱାଲା କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ଆରୁହା ଆରଆଇ କ୍ଷୀରାବ୍ଧି ତନୟା ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା।

By amfnews

Related Post