Sat. Mar 7th, 2026

ରଘୁନାଥ ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

622 Views

ଖୋର୍ଦ୍ଧା ,ଜୁଲାଇ.୦୫ : ଖୋର୍ଦ୍ଧା ଜିଲ୍ଳା ଓଳସିଂହ ଗ୍ରାମ ସ୍ଥିତ ରଘୁନାଥ ଆଦର୍ଶ ଉଚ୍ଚ ମଧ୍ୟମିକ ବିଦ୍ୟାଳୟରେ ଆଜି ବନମୋହତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ପ୍ରାୟ ୧୦୦ରୁ  ଉର୍ଦ୍ଧ ବୃକ୍ଷ ରୋପଣ କରିବା ସହ ପରିବେଶ ସୁରକ୍ଷା ଓ ଏହାର ବୃଦ୍ଧି ବିଷୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ନୂତନ ପିଢ଼ି ମାନଙ୍କୁ ଅବଗତ କରାଯାଇଛି । ଏହି ଉତ୍ସବଟି ସଂପୂର୍ଣ୍ଣ ରୁପେ ପରିବେଶ ସୃଷ୍ଟି କରିବା ଉଦ୍ଧେଶ୍ୟରେ  ଆଯୋଜନ କରାଯାଇଥିଲା ଏବଂ ଏଥିରେ ମୁଖ୍ୟ ଅତିଥି ଭାବେ ଡ଼ି.ଏଫ୍.ଓ ଖୋର୍ଦ୍ଧା ଶ୍ରୀଯୂକ୍ତ ଶୁଦିପ୍ତ ନାୟକ, ସଭାପତି ପ୍ରଶାନ୍ତ ପଟ୍ଟନାୟକ, ଅଧ୍ୟକ୍ଷ ସୁଧାଂସୁ ଭୂଷଣ ଦାସ, ସରପଞ୍ଚ ପ୍ରେମାନନ୍ଦ ପରିଡ଼ା ପୂର୍ବତନ ସଂପାଦକ ସାନୁଜ ବରାଳ ଏବଂ ଟାଙ୍ଗି ରେଞ୍ଜର ପ୍ରମୁଖ ଯୋଗ ଦେଇଥିଲେ ।

By amfnews

Related Post