Fri. Mar 6th, 2026

ରଘୁନାଥପାଲି ଛାତ୍ର କଂଗ୍ରେସ ପକ୍ଷରୁ ବୃକ୍ଷ ରୋପଣ

356 Views

ରାଉରକେଲା, ୩ା୮  : ଆଜି ପୂର୍ବାହ୍ନ ୧୧ଟା ବେଳେ ପ୍ଲାଣ୍ଟସାଇଟ୍ ସରକାରୀ ବିଦ୍ୟାଳୟ ଠାରେ ଛାତ୍ର କଂଗ୍ରେସ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ଜିଲା କଂଗ୍ରେସ ସଭାପତି ରବି ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିସହ ଛାତ୍ର କଂଗ୍ରେସର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ହିତେଶ ଦେହୁରୀ, ରାଉରକେଲା ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ନାୟକ, ରଘୁନାଥପାଲି ଛାତ୍ର କଂଗ୍ରେସ ସଭାପତି ଅବିନାଶ ଖାଖା, ସମିତ କଂସାରୀ, ନିକିତା ନାୟକ, ପ୍ରେମାଞ୍ଜଳି ଡୁଙ୍ଗଡୁଙ୍ଗ, ମିନିଜନ ମାଝି, ଆଶିଷ ଲାକ୍ରା, ବିଷ୍ଣୁ ନାଗ, ଅମର ଗଟେଲ, ମିରଚା ଟେଟେ, ବିମଲ ଡୁଙ୍ଗଡୁଙ୍ଗ, ଅଞ୍ଜଳି କୁଲୁ ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ସେବାଦଳର ବିନୋଦ ରାଉତ, ବରିଷ୍ଠ କଂଗ୍ରେସ ନେତା ଇଜାଜ ଅକତର, ଏମ୍ଡି ଫିରଦୋସ, ମନୁ ସାମଲ, କୀର୍ତ୍ତନ ଦାସ, ଏମ୍ଡି ସାହାଉଦ୍ଦିନ, ଭାସ୍କର ଖିଲାର, ଉମେଶ ଗୁପ୍ତା, ଶିବୁ ସାହୁ, ଶିବୁ ଓରାମଙ୍କ ସମସ୍ତ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Related Post