Tue. Dec 24th, 2024

ରକ୍ଷାବନ୍ଧନ ଅବସରରେ ଭଉଣୀମାନଙ୍କୁ ଉପହାର ଦେଲେ ଯୋଗୀ ସରକାର

By amfnews Aug 2, 2020 #Featured
210 Views

ଲଖନଉ, ଅଗଷ୍ଟ ୦୨ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଜାରି କରୋନା ସଂକଟ ସମୟରେ ରକ୍ଷାବନ୍ଧନ ଅବସରରେ ଭଉଣୀମାନଙ୍କୁ ଉପହାର ଦେଇଛନ୍ତି । ସରକାର ରବିବାର ଲକଡାଉନ କଟକଣାରେ କୋହଳ କରି ଅଗଷ୍ଟ ୨ ତାରିଖ ସମସ୍ତ ରାକ୍ଷୀ ଦୋକାନ ଓ ମିଠା ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହା ବ୍ୟତୀତ ସରକାର ରୋଡୱେଜ ବସରେ ମହିଳାମାନଙ୍କୁ ମାଗଣାରେ ଯାତ୍ରା ସୁବିଧା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରକ୍ଷାବନ୍ଧନ ଅବସରରେ ପୋଲିସକୁ ପେଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ରକ୍ଷାବନ୍ଧନ ଅବସରରେ କୋଭିଡ-୧୯ ପ୍ରଟୋକଲ ପାଳନ କରାଯିବ । ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ସର୍ବସାଧାରଣ ସ୍ଥଳରେ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ । କାର୍ଯ୍ୟକ୍ରମ ଘରେ କରନ୍ତୁ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି । 

By amfnews

Related Post