Fri. Mar 6th, 2026

ରକ୍ତ ଜୁଡୁବୁଡୁ ମହିଳାଙ୍କୁ ଦେଖି ଜାଗି ଉଠିଲା ଯୁବକଙ୍କ ମାନବିକତା: ମୁଣ୍ଡରୁ ପଗଡ଼ି ଖୋଲି ବଞ୍ଚାଇଲେ ଜୀବନ

292 Views

ନୂଆଦିଲ୍ଲୀ: ସାମଜରେ ଅନେକ ଲୋକ ଅଛନ୍ତି, କିନ୍ତୁ ମାନବିକତା ଖୁବ୍‌ ଅଳ୍ପ ଜଣଙ୍କ ମଧ୍ୟରେ ଥିବା ଦେଖିବାକୁ ମିଳିଥାଏ। କାଶ୍ମୀରର ଜଣେ ୨୦ବର୍ଷୀୟ ଶିଖ୍‌ ଯୁବକ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ପଗଡ଼ି ଖୋଲି ଦେଇଥିଲେ।

ସୂଚନାଯୋଗ୍ୟ, ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ୪୫ବର୍ଷୀୟ ଯୁବତୀଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ସେହି ବାଟ ଦେଇ ଯାଉଥିବା ଜମ୍ମୁ-କଶ୍ମୀରର ତ୍ରାଲ ତହସିଲର ଦେବର ଗ୍ରାମରେ ବସବାସ କରୁଥିବା ସଞ୍ଜିତ ସିଂହ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ। ମହିଳାଙ୍କ ଏପରି ଅବସ୍ଥା ଦେଖି ସଞ୍ଜିତ ସିଂହଙ୍କ ମାନବିକତା ଜାଗି ଉଠିଥିଲା। ଜୀବନ ବଞ୍ଚାଇବା ପାଇଁ ପଗଡ଼ି ଖୋଲି ଦେଇଥିଲେ। ପଗଡ଼ି କପଡ଼ା ମହିଳା ଗୋଡରେ ଲାଗିଥିବା ଗଭୀର କ୍ଷତାକ୍ତ ସ୍ଥାନରେ ବାନ୍ଧି ଦେଇଥିଲେ ଓ ରକ୍ତକୁ ଅଧିକ ବୋହିବାକୁ ଦେଇ ନଥିଲେ।

ପିତାଙ୍କ ମୃତ୍ୟୁ ପରେ ସଞ୍ଜିତ ପରିବାର ଜଣେ ବ୍ୟକ୍ତି ଯିଏକି ରୋଜଗାର କରି ଥାଆନ୍ତି। ଘରେ ତାଙ୍କ ଦିବ୍ୟାଙ୍ଗ ମା’ ଓ ଭାଇ-ଭଉଣୀ ଅଛନ୍ତି। ପ୍ରତିଟି ସଂଘର୍ଷରେ କିପରି ଜୀବନ ବଞ୍ଚିବାକୁ ହୁଏ ସେ ସମ୍ପୂର୍ଣ୍ଣ ଭାବେ ଶିଖି ଯାଇଛନ୍ତି ବୋଲି କହିଛନ୍ତି। ତାଙ୍କ ମତରେ ସବୁ ଧର୍ମ ଠାରୁ ଶୀର୍ଷରେ ମାନବିକତା ରହିଛି।

By amfnews

Related Post