Sat. Mar 1st, 2025

ଯୌନ ଉତ୍ପୀଡ଼ନ ଦେଇଥିବା ୪୮ ଜଣ କର୍ମଚାରୀଙ୍କୁ ବହିଷ୍କାର କଲା ଗୁଗଲ୍‌

By amfnews Oct 26, 2018 #Featured
185 Views

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ମଧ୍ୟରେ ଯୌନ ଉତ୍ପୀଡ଼ନ ଦେଇଥିବା କାରଣରୁ କମ୍ପାନି ତାହାର ୪୮ ଜଣ କର୍ମଚାରୀଙ୍କୁ ବହିଷ୍କାର କରିଥିବା କଥା ଗୁରୁବାର ଦିନ ଗୁଗଲ୍‌ ଇନ୍‌କର୍ପୋରେଟେଡ୍‌ର ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ସୁନ୍ଦର ପିଚାଇ କହିଛନ୍ତି।

ଗତକାଲି ‘ନ୍ୟୁୟର୍କ ଟାଇମ୍‌ସ୍‌’ରେ ପ୍ରକାଶିତ ଏକ ଖବରର ଯବାବ ଦେଇ ପିଚାଇ ଗୁଗଲ୍‌ କର୍ମଚାରୀମାନଙ୍କୁ ଏକ ଇ-ମେଲ୍‌ ପଠାଇଛନ୍ତି।
ଖବରରେ କୁହାଯାଇଛି ଯେ ବିପୁଳ ଅର୍ଥ ଦେଇ ଗୁଗଲ୍‌ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଥିବା ତା’ର ତିନି ଜଣ ବରିଷ୍ଠ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ସୁରକ୍ଷା ଦେଇଛି।

ଇ-ମେଲ୍‌ରେ ଉଲ୍ଲେଖ ଅଛି ଯେ ୪୮ ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୩ ଜଣ ବରିଷ୍ଠ ପରିଚାଳକ ବା ବରିଷ୍ଠ ପଦବୀରେ ନିଯୁକ୍ତ ଥିଲେ।

ସେ କର୍ମଚାରୀମାନଙ୍କୁ କୌଣସି ବିଦାୟକାଳୀନ ଅର୍ଥରାଶି ଦିଆଯାଇ ନାହିଁ ବୋଲି ପିଚାଇ କହିଛନ୍ତି।

ଗୁଗଲ୍‌ ଉପାଧ୍ୟକ୍ଷ (ପିପଲ୍‌ ଅପରେସନ୍‌) ଏଇଲିନ୍‌ ନଟନ୍‌ଙ୍କ ସ୍ୱାକ୍ଷର ଥିବା ଏହି ଇ-ମେଲ୍‌ରେ କୁହାଯାଇଛି ଯେ ଅଶାଳୀନ ବ୍ୟବହାର ବିରୋଧରେ କମ୍ପାନିର କର୍ମଚାରୀମାନେ ଅଭ୍ୟନ୍ତରୀଣ ବ୍ୟବସ୍ଥା ମାଧ୍ୟମରେ ରିପୋର୍ଟ କରିପାରିବେ।

By amfnews

Related Post