Wed. Nov 6th, 2024

ଯୌତୁକ ଯାତନା ଅଭିଯୋଗରେ ସ୍ୱାମୀ ଗିରଫ

By amfnews Sep 4, 2018 #Featured
94 Views

ରାଉରକେଲା, ୪ା୯ : ପ୍ରେମ ବିବାହ ପରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ପୁଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆମ୍ବେଦର ବସ୍ତିରେ ରହୁଥିବା ଜୟନ୍ତ କୁମାର ସ୍ୱାଇଁ ନାମକ ଜଣେ ଯୁବକ ବାସନ୍ତୀ କଲୋନୀର ଗୀତାଞ୍ଜଳି ପଣ୍ଡାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ସମୟରେ ଯୌତୁକ କଥା ଉଠିନଥିଲା । କିନ୍ତୁ କିଛି ଦିନ ହେଲା ପତ୍ନୀଙ୍କ ଉପରେ ଜୟନ୍ତ ନିର୍ଯାତନା ଆରମ୍ଭ କରି ଦେଇଥିଲେ । ବାପ ଘରୁ ଟଙ୍କା ସମେତ ଅନ୍ୟାନ୍ୟ ଯୌତୁକ ଆଣିବାକୁ ଦାବି କରିଥିଲେ । ଏ ସମ୍ପର୍କରେ ଗୀତାଞ୍ଜଳି ଉଦିତନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ଏହି ଅଭିଯୋଗ ଅଭିଯୁକ୍ତ ସ୍ୱାମୀ ଜୟନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

By amfnews

Related Post