84 Views
ପୁଣେ, ଡିସେମ୍ବର ୨୪ : ପୁଣେରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଯେଉଁଠି ଜଣେ ମହିଳା ଯୌତୁକ ନିର୍ଯାତନାରୁ ବଞ୍ଚିବା ପାଇଁ ଆତ୍ମହତ୍ୟା କରିବା ସହ ନିଜ ଦୁଇ ବର୍ଷର ପୁଅକୁ ହତ୍ୟା କରିଥିବା ସୂଚନା ମିଳିଛି । ଖବରଟି ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣାର ସୂଚନା ମିଳିବା ପରେ ପୁଲିସ ଅଭିଯୁକ୍ତ ଶାଶୁକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ଆତ୍ମହତ୍ୟା କରିଥିବା ମହିଳାଙ୍କ ସ୍ୱାମୀ ଜଣେ ପୁଲିସ କନେଷ୍ଟବଳ ହୋଇଥିବା ବେଳେ ମୃତଦେହ ପାଖରୁ ମିଳିଥିବା ସୁଇସାଇଡ୍ ନୋଟ୍କୁ ଅଧାର କରି ପୁଲିସ ଅଭିଯୁକ୍ତ ଶାଶୁକୁ ଗିରଫ କରିଛି ।