Sun. Mar 8th, 2026

ଯୌତୁକ ଦେବାରୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ

124 Views

ଜୟପୁର : ବାହାଘର ବେଳେ ଯୌତୁକ ନେବା ଯେତିକି ଅପରାଧ, ଯୌତୁକ ଦେବା ମଧ୍ୟ ସେତିକି ଅପରାଧ। ଏଥିପାଇଁ ରାଜସ୍ଥାନର ଯୋଧପୁର ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ବାହାଘର ବେଳେ ନିଜ ଝିଅକୁ ଯୌତୁକ ଦେଇଥିବା ଜଣେ ବାପାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ଝିଅ ମନୀଷାଙ୍କ ବାହାଘର ବେଳେ ଅବସରପ୍ରାପ୍ତ ରାମଲାଲ ଯୌତୁକ ଆକାରରେ ଟଙ୍କା ଓ ଗହଣା ଦେଇଥିଲେ। ହେଲେ ବାହାଘର ପରେ ମନୀଷାଙ୍କ ଶାଶୂ ଘର ଲୋକେ ତାଙ୍କୁ ନିର୍ଯାତନା ଓ ଅଧିକ ଯୌତୁକ ଦାବି କରୁଥିବା ଅଭିଯୋଗ କରି ରାମଲାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

୨୦୧୭ରେ ସେ ଏଭଳି ମାମଲା ରୁଜୁ କରିଥିଲେ। ତେବେ ରାମଲାଲଙ୍କ ବିରୋଧରେ ମଧ୍ୟ ମନୀଷାଙ୍କ ଶାଶୂ ଘର ଲୋକ ପାଲଟା ଅଭିଯୋଗ କରିଥିଲେ। କାହିଁକି ସେ ଯୌତୁକ ଦେଇଥିଲେ ବୋଲି ମନୀଷାଙ୍କ ଶାଶୂ ଘର ଲୋକ ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଏହାପରେ ମାଜିଷ୍ଟ୍ରେଟ ରିଚା ଚୌଧୁରୀ ପୁଲିସ୍‌କୁ ରାମଲାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post